ଚଳିତ ବର୍ଷ ଏପ୍ରିଲ୍ ୧୯ ତାରିଖରୁ ୧୮ତମ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଜୁନ ୧ ରେ ଭୋଟିଂ ଶେଷ ହେବ। ତେବେ ମତଦାନ ଶେଷ ହେବାର ୩ ଦିନ ପରେ ଅର୍ଥାତ୍ ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ ବୋଲି ଘୋଷଣା କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାରଠାରୁ ଏହି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବା ପ୍ରକ୍ରିୟା ୧୨ ରାଜ୍ୟର ୮୮ ସଂସଦୀୟ କ୍ଷେତ୍ର ପାଇଁ ହେଉଛି । ଏପ୍ରିଲ୍ ୨୬ ତାରିଖରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୪ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହାପରେ ଏପ୍ରିଲ ୫ ତାରିଖରେ ଜାମ୍ମୁ-କଶ୍ମୀରକୁ ଛାଡ଼ି ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାର୍ଥିପତ୍ର ଯାଞ୍ଚ ହେବ।
ଅଧିକ ପଢନ୍ତୁ: କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତ୍ୟୁ