ଭାରତର ଅନ୍ୟ ପଡୋଶୀ ରାଷ୍ଟ୍ରକୁ ଫସାଉଛି ଚୀନ, ଯୋଜନା ପଣ୍ଡ କରିବାକୁ ବାୟୁସେନା ମୁଖ୍ୟଙ୍କ ବାଂଲାଦେଶ ଗସ୍ତ
Khabar Odisha:Naton-India-Air-Force-chief-leaves-for-four-day-visit-to-Bangladesh

ନୂଆଦିଲ୍ଲୀ, ଫେବୃଆରୀ ୨୩ (ଖବର ଓଡ଼ିଶା): ଭାରତର ପଡୋଶୀ ରାଷ୍ଟ୍ରଗୁଡ଼ିକୁ ଫସାଇବା ପାଇଁ ଚୀନ ଉଦ୍ୟମ କରୁଛି । ନେପାଳ ପରେ ବାଂଲାଦେଶକୁ ଫସାଇବା ପାଇଁ ଚୀନ ଷଡ଼ଯନ୍ତ୍ର କରୁଛି । ଭାରତ ଓ ବାଂଲାଦେଶ ତିସ୍ତା ନଦୀ ମାମଲାର ସମାଧାନ ହେବାକୁ ଥିବା ବେଳେ ଚୀନ ଜଳସେଚନ ପ୍ରକଳ୍ପ ଲାଗି ୧ ବିଲିୟନ ଡଲାର ଦେବାକୁ ଅଫର ଦେଇଛି । ଅନ୍ୟପଟରେ ବାଂଲାଦେଶ ସହିତ ନିଜର ସଂପର୍କୀୟକୁ ସଂଶୋଧନ କରିବା ଲାଗି ପାକିସ୍ତାନ ଲାଗିଛି । 

ଏହାରି ମଧ୍ୟରେ ଭାରତୀୟ ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ଶଲ ଆରକେ ଭଦୌରିଆ ସୋମବାର ବାଂଲାଦେଶ ପକ୍ଷରୁ ୪ ଦିନିଆ ଯାତ୍ରା କରିଛନ୍ତି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଭଦୋରିଆ ବାଂଲାଦେଶର ବାୟୁସେନାର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ । ବାଂଲାଦେଶରେ ଭଦୋରିଆଙ୍କ କମକକ୍ଷ ଏୟାର ଚିଫ ମାର୍ଶଲ ମସିହୁଜ୍ଜମା ସେରନିୟାବତ ଚଳିତ ମାସ ଆରମ୍ଭରେ ଭାରତ ଗସ୍ତରେ ଆସିଥିଲେ । 

 

  • Tags:

Subscribe

National International State Sports Entertainment