ଅଯୋଧ୍ୟା ମାମଲା: ସିଜେଆଇଙ୍କ ସଂକେତ, ଆସନ୍ତାକାଲି ଶେଷ ହୋଇପାରେ ମାମଲାର ଶୁଣାଣି
Khabar Odisha:National-news-ayodhya-supreme-court-looks-to-conclude-hearing-in-ayodhya-case-tomorrow-brings-forward-deadline-again
ନୂଆଦିଲ୍ଲୀ,ଅକ୍ଟୋବର ୧୫(ଖବର ଓଡ଼ିଶା):

ରାମ ଜନ୍ମ ଭୂମି-ବାବରୀ ମସଜିଦ ଭୂମି ବିବାଦ ମାମଲାର ଏବେ ନିର୍ଣ୍ଣାୟକ ସମୟ ପାଖେଇ ଆସିଛି  । ସୁପ୍ରିମକୋର୍ଟ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ବିଶ୍ୱାସ ରଖିଛନ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି ସମୟରେ କହିଛନ୍ତି, ଆସନ୍ତାକାଲି ଅଯୋଧ୍ୟା ବିବାଦ ମାମଲାର ଶୁଣାଣି ଶେଷ କରିବାକୁ ଚେଷ୍ଟା କରାଯିବ । ଏଥିପାଇଁ ଦୁଇ ପକ୍ଷଙ୍କୁ ଯୁକ୍ତି ରଖିବାକୁ କୁହାଯାଇଛି । 

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଦୀର୍ଘ 39 ଦିନ ଧରି ରାମ ଜନ୍ମଭୂମି-ମସଜିଦ ମାମଲାର ଶୁଣାଣି କରୁଛନ୍ତି। ଏହା ପର୍ବରୁ ଅକ୍ଟୋବର 18 ତାରିଖ ସୁଦ୍ଧା ନିଜ ନିଜର ଯୁକ୍ତି ରଖିବାକୁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ସିଜେଆଇ ମଙ୍ଗଳବାର ଦିନ ସଂକେତ ଦେଇଛନ୍ତି ଯେ ଗୁରୁବାର ପରିବର୍ତ୍ତେ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ଚେଷ୍ଟା କରାଯିବ 

ଅନ୍ୟପଟେ ମାମଲାର ଶୁଣାଣି ସମୟରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷକାର ଯୁକ୍ତି ରଖିଥିଲେ ଯେ ଅଯୋଧ୍ୟାରେ ଭଗବାନ ରାମର ଜନ୍ମସ୍ଥାନ ଉପରେ ମସଜିଦ ନିର୍ମାଣ କରି ମୋଗଲ ଶାସକ ବାବର ଦ୍ୱାରା କରାଯାଇଥିବା ଐତିହାସିକ ଭୁଲକୁ ଏବେ ସୁଧାରିବାର ଆବଶ୍ୟକତା ରହିଛି ।  

Subscribe

National International State Sports Entertainment