ଦେଶରେ ଆଜି ଦିନକରେ ୨୮ ହଜାର ୬୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୫୫୧ ମୃତ
Khabar Odisha:National--number-of-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା):

 ମହାମାରୀ କରୋନା ଭାରତରେ ଭୟଙ୍କର ହେଉଛି । ପ୍ରତିଦିନ ୨୭, ୨୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି ୨୮ ହଜାର ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୫୦ ହଜାର ନିକଟତର ବେଳେ ମୃତ୍ୟୁ ସଂଖ୍ୟା ୨୨ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୬୩୭ ନୂଆ ମାମଲା ସାମନାକୁ ଆସିଛି।  ଏହା ସହ ୫୫୧  ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୪୯ ହଜାର ୫୫୩ ରେ ପହଂଚିଛି ।  ଭାରତରେ ୨୨ ହଜାର ୬୭୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୩୪ ହଜାର ୬୨୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୯୨ ହଜାର ୨୫୮ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୯୨ ହଜାର ୨୫୮ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment