ପୁଅ-ଝିଅ ଓ ପତ୍ନୀଙ୍କୁ ହତ୍ୟା କଲେ ଡାକ୍ତର, ଡାଏରିରେ ଲେଖିଲେ- କୋଭିଡ ଆମ ସମସ୍ତଙ୍କୁ ମାରିଦେବ
Khabar Odisha:Nation-crime-Doctors-kills-three-of-his-family-in-Kanpur

କାନପୁର, ଡିସେମ୍ବର ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତର ନିଜର ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଡାକ୍ତର ଜଣକ ନିଜ ପତ୍ନୀଙ୍କୁ ହାତୁଡି ସାହାଯ୍ୟରେ ମୁଣ୍ଡକୁ ଆଘାତ କରି ହତ୍ୟା କରିଛନ୍ତି। ସେହିଭଳି ପୁଅ-ଝିଅଙ୍କୁ ତଣ୍ଟିଚିପି ଜୀବନ ନେଇଛନ୍ତି। ପରିବାରର ୩ ଜଣଙ୍କୁ ହତ୍ୟା କରିବା ପରେ ଏସଂପର୍କରେ ହ୍ବାଟ୍‌ସଆପ୍‌ ମାଧ୍ୟମରେ ନିଜର ଭାଇଙ୍କୁ ଏହି ସୂଚନା ଦେଇଛନ୍ତି। ଏହା ପରେ ସେ ଫେରାର ହୋଇଯାଇଛନ୍ତି। 

ତେବେ‌ ପୋଲିସକୁ ମିଳିଥିବା ଡାଏରିରେ ଲେଖାଯାଇଛି ଯେ, କୋଭିଡ ସମସ୍ତଙ୍କୁ ମାରିଦେବ। ପୋଲିସ ଘଟଣାସ୍ଥଳରୁ ୩ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି। 

ଗଣମାଧ୍ୟମର ରିପୋର୍ଟ ଅନୁସାରେ କଲ୍ୟାଣପୁର ଥାନା ଅନ୍ତର୍ଗତ ଡିଭିନିଟି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ସୁଶୀଲ ଏକ ଘରୋଇ ଡାକ୍ତରଖାନାରେ ଚାକିରି କରୁଥିଲେ। ପରିବାରରେ ଚନ୍ଦ୍ରପ୍ରଭା (୪୮), ପୁଅ ଶିଖର (୧୮ ଓ ଝିଅ ଖୁସି ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଡାକ୍ତର ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲେ। ପୋଲିସ ସନ୍ଧାନୀ କୁକୁର ମାଧ୍ୟରେ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ପୋଲିସ କମିଶନର ଅସୀମ ଅରୁଣ ଡାକ୍ତରଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି।  

 

  • Tags:

Subscribe

National International State Sports Entertainment