ଉତ୍ତର ପ୍ରଦେଶ ହାଇକୋର୍ଟଙ୍କ ବଡ଼ ଫଇସଲା: ବିବାହିତ ଅବସ୍ଥାରେ ଅନ୍ୟ ସହିତ ସଂପର୍କ ରଖିଲେ ମିଳିବ ଦଣ୍ଡ
Khabar Odisha:Nation-UP-High-Court-said-if-married-person-is-in-relation-with-someone-else-then-it-is-a-crime

ପ୍ରୟାଗରାଜ, ଜାନୁଆରୀ ୨୦ (ଖବର ଓଡ଼ିଶା): ଆହ୍ଲାବାଦ ହାଇକୋର୍ଟ ଲିଭ୍ ଇନ୍ ରିଲେଶନଶିପ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଇବାକୁ ଯାଇ କହିଛନ୍ତି ଯେ, ଜଣେ ବିବାହିତ ଅବସ୍ଥାରେ ଅନ୍ୟ ପୁରୁଷ ସହିତ ପତି-ପତ୍ନୀ ଭାବେ ରହିବାକୁ ଲିଭ ଇନ ରିଲେଶନ କୁହାଯାଇପାରିବ ନାହିଁ । ବରଂ ଏହା ଅପରାଧ ବର୍ଗରେ ଯିବ । ତେଣୁ ଏଭଳି ଅପରାଧ କାମ ସହିତ ଜଡ଼ିତ ରହୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଉଚିତ । ବିଚାରପତି ଏସ୍‌ପି କେଶରୱାନୀ ଓ ବିଚାରପତି ଡାକ୍ତର ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲାର ସସନୀ ଥାନା ଅଂଚଳର ନିବାସୀ ଆଶା ଦେବୀ ଓ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହି ଆଦେଶ ଦେଇଛନ୍ତି । 

ୟାଚୀ ଆଶା ଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ନଥିଲା । କିନ୍ତୁ ୟାଚୀ ଆଶା ଦେବୀ ନିଜର ପତ୍ନୀଙ୍କ ଠାରୁ ଭିନ୍ନ ହୋଇ ଅନ୍ୟ ପୁରୁଷଙ୍କ ସହିତ ପତି-ପତ୍ନୀ ଭାବେ ରହୁଥିଲେ । ୟାଚୀ ନିଜର ପତିଙ୍କ ଠାରୁ ଅଲଗା ହୋଇ ଅରବିନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲେ । କୋର୍ଟ କହିଛନ୍ତି, ଏହା ଲିଭ ଇନ ରିଲେଶନଶିପ ନୁହେଁ । ବରଂ ଦୂରାଚାରର ଅପରାଧ, ଏଥିପାଇଁ ପୁରୁଷ ଅପରାଧୀ ।

ୟାଚୀଙ୍କ କହିବା ଅନୁସାରେ ସେମାନେ ଲିଭ ଇନ ରିଲେଶନଶିପରେ ରହୁଥିଲେ । ସେମାନଙ୍କର ପରିବାର ଲୋକଙ୍କୁ ସୁରକ୍ଷା ଦିଆଯାଉ । କୋର୍ଟ କହିଛନ୍ତି ଯେ, ବିବାହିତ ମହିଳା ଧର୍ମ ପରିବର୍ତ୍ତନ କରି ଲିଭ ଇନ ରିଲେଶନଶିପରେ ରହୁଥିଲେ, ତାହା ମଧ୍ୟ ଅପରାଧ । ଅନୈତିକ ସଂପର୍କ ରଖୁଥିବା ପୁରୁଷ ମଧ୍ୟ ଅପରାଧୀ । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଯଦି ଅପରାଧୀଙ୍କୁ ସୁରକ୍ଷା ଦିଆଗଲା, ତା’ହେଲେ ଅପରାଧକୁ ସଂରକ୍ଷଣ ଦେବାକୁ ହେବ ।  

 

 

  • Tags:

Subscribe

National International State Sports Entertainment