ମେନପୁରୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ମେନପୁରୀରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ ଅନିୟନ୍ତ୍ରିତ ହୋଇ ଘର ଉପରେ ଚଢ଼ିଯାଇଛି । ଏହି କାରଣରୁ ଘରର ୨ ଜଣ ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟପଟରେ ଟ୍ରକରେ ଥିବା ଅନ୍ୟ ୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୫ମ ବ୍ୟକ୍ତି ଜଣକୁ ଗୁରୁତର ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ଟ୍ରକରେ ଲୁହା ଛଡ଼ ପରିବହନ ହେଉଥିଲା । କିନ୍ତୁ ଅଚାନକ ଏହି ଟ୍ରକର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ସଡ଼କ ପାଶ୍ୱର୍ରେ ଥିବା ଏକ ଘର ଉପରେ ମାଡ଼ି ଯାଇଥିଲା । ଯେଉଁ ଘର ଉପରେ ଟ୍ରକଟି ମାଡ଼ି ଯାଇଥିଲା, ଏଥିରେ ସେବାନିବୃତ୍ତ ସବଇନ୍ସପେକ୍ଟର ଓ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ ଦଂପତି ଘଟଣା ସ୍ଥଳରେ ହିଁ ଜୀବନ ହାରିଥିଲେ । ଯେଉଁ ସମୟରେ ଏହି ଘଟଣା ଘଟିଥିଲେ, ଘର ଭିତରେ ପତି-ପତ୍ନୀ ଶୋଇଥିଲେ । କିନ୍ତୁ ଟ୍ରକରେ ମୋଟ ୭ ଜଣ ସଦସ୍ୟ ଥିଲେ । ୫ ଜଣ ଆହତ ଥିବା କୁହାଯାଉଛି । ମେନପୁରୀ ଏସ୍ପି କମଳେଶ ଦୀକ୍ଷିତ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।