ଦିଲ୍ଲୀରେ ପୁଣି ବର୍ଷା ଆଶଙ୍କା, ମହାରାଷ୍ଟ୍ରରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁ ୨୦୦ ଟପିଲା
Khabar Odisha:Nation-Ran-and-landslide-in-Maharastra-as-death-toll-reach-207

ନୂଆଦିଲ୍ଲୀ/ମୁମ୍ବାଇ, ଜୁଲାଇ ୨୮ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀରେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପହଂଚିଛି ସତ, ହେଲେ ବିଗତ ପ୍ରାୟ ଏକ ସପ୍ତାହ ଧରି ବର୍ଷା ଜାରି ରହିଛି । ଆଜି ବି ଦିଲ୍ଲୀରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୩୮୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦିଲ୍ଲୀସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ଜୁଲାଇ ୨୯ରୁ ବର୍ଷା କମିବ । କିନ୍ତୁ ପାଣିପାଗ ପୂରା ଶୁଖିଲା ରିହବ ନାହିଁ । ଜୁଲାଇ ୩୦ରୁ ପୁଣି ଥରେ ବର୍ଷ ସକ୍ରିୟ ହେବାର ଆଶଙ୍କା ରହିଛି । 

ଅନ୍ୟପଟରେ ମହାରାଷ୍ଟ୍ରରେ ବିଗତ ଦିନରେ ହୋଇଥିବା ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ଯାଏଁ ୨୦୭ରେ ପହଂଚିଛି । ଏବେ ବି ରାଜ୍ୟରେ କିଛି ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଦେଖାଯାଉଛି । 

ମହରାଷ୍ଟ୍ରରେ ଗତ ଜୁନ ମାସଠାରୁ ଏପର୍ଯ୍ୟନ୍ତ ବର୍ଷା ଯୋଗୁଁ ଏକାଧିକ ଘଟଣା ଘଟିଛି । କୋଠା ଭୁଶୁଡ଼ିବା ଓ ଭୂସ୍ଖଳନ ଯୋଗୁଁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ଷାଜନିତ କାରଣରୁ ରାଜ୍ୟରେ ୨ ମାସ ମଧ୍ୟରେ ୨୯୪ ଜଣଙ୍କର ମୃତ୍ୟୁ ହୋଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଦୁର୍ଗମ ଅଂଚଳରେ ରହି ରହି ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । 

 

  • Tags:

Subscribe

National International State Sports Entertainment