ନୂଆଦିଲ୍ଲୀ: ଗୁରୁଗ୍ରାମର ଚର୍ଚ୍ଚିତ ହିଟ୍-ଆଣ୍ଡ୍-ରନ୍ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗଲ୍ଫ କୋର୍ସ ରୋଡ୍ରେ ଶିବାନୀ ଚୌହାନ ଓରଫ୍ ସିୟା ନାମକ ମହିଳା ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହେବା ମାମଲାରେ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରାଯାଇଛି । ଘଟଣା ପରଠାରୁ ସେ ଫେରାର ଥିବାବେଳେ ଗୁରୁଗ୍ରାମ ପୋଲିସ ତାକୁ ରାଜସ୍ଥାନର ଦୌସା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି । Read More >
କୋଲକାତା: ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଉପନିର୍ବଚାନ ବିଗୁଲ ବାଜି ସାରିଛି । ମଙ୍ଗଳବାର ଭାରତୀୟ ଜନତା ପାର୍ଟୀ ନନ୍ଦିଗ୍ରାମ ପାଇଁ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିଦେଇଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦ୍ର ଅଧିକାରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମାଆଙ୍କୁ ମଇଦାନ ଓହ୍ଲାଇବ ବିଜେପି । Read More >
ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବିମାନ କମ୍ପାନୀ ଏୟାର ଇଣ୍ଡିଆ ବାରମ୍ବାର ଗୋଟିଏ ପରେ ଗୋଟିଏ ବିବାଦ ଘେରକୁ ଟାଣି ହୋଇ ଆସୁଛି । ବିନା ଇମିଗ୍ରେସନରେ ତିନି ଜଣ ବିଦେଶୀ ନାଗରିକ ଯାତ୍ରା କରିବା ନେଇ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ପକ୍ଷରୁ ଏୟାର ଇଣ୍ଡିଆ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସର ଜବାବ ଦେବାକୁ ମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । Read More >
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାରେ ୨୫ ବର୍ଷ ପୂରଣ ହେବା ଅବସରରେ ବିଜେପି ସେପ୍ଟେମ୍ବର ୧୭ ରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ। ୧୨ଟି ପ୍ରମୁଖ କାର୍ଯ୍ୟକ୍ରମର ଦାୟିତ୍ୱ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି । Read More >
ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ପଦକ୍ଷେପ ନେଇଛି। ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସିବିଆଇ ପକ୍ଷରୁ ଏକ ନୂତନ ଏଫ୍ଆଇଆର୍ ରୁଜୁ କରାଯାଇଛି। Read More >
ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ସକ୍ରିୟ ଓକିଲମାନଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ୍ ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି। କଲ୍ୟାଣ ପାଣ୍ଠି, ଚାମ୍ବର ଏବଂ ଆଇନ ଅଧିକାରୀମାନଙ୍କୁ ଟ୍ୟାବଲେଟ୍ ପ୍ରଦାନ ସହ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। Read More >
CGPSC ପରୀକ୍ଷା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର OSD ଚେତନ ବୋର୍ଘରିଆଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି। ବୋର୍ଘରିଆଙ୍କୁ ED ୬ ଦିନିଆ ରିମାଣ୍ଡରେ ନେଇଛି। ତଦନ୍ତ ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୬ ଲକ୍ଷ ଟଙ୍କା ମିଳିଛି। Read More >
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳିତ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭ ଅବସରରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବାକୁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆହ୍ୱାନ କରିଛନ୍ତି । Read More >
ନୂଆଦିଲ୍ଲୀ: ଏକ ଅଜଣା ନମ୍ବରରୁ ଆସିଥିବା ବିବାହ ନିମନ୍ତ୍ରଣ ପତ୍ର ଡାଉନଲୋଡ୍ କରୁ କରୁ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ଯେଉଁ ବିବାହ ନିମନ୍ତ୍ରଣ ଖୁସି ଦେଇଥିଲା ସେହି ନିମନ୍ତ୍ରଣ ପତ୍ର ଆଖିରେ ଲୁହ ଦେଇଗଲା । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ଉତ୍ତର ପ୍ରଦେଶ ଗୌରାବାଦଶାହପୁର ଅଞ୍ଚଳର କୁରେଥୁ ଗ୍ରାମର ବାସିନ୍ଦା ପ୍ରିନ୍ସ ଯାଦବ । Read More >
ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗୋଟିଏ ଦଳର ଅନ୍ୟ ଦଳ ପୁଣି ଆଉ ଗୋଟିଏ ଦଳକୁ ଡେଉଁଥିବା ନେତାଙ୍କ ଉପରେ କଟକଣା ଲଗାଇବାକୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ ପ୍ରସ୍ତାବ ଦେଇଛନ୍ତି । କପିଲ ସିବଲ୍ ରାଜନୈତିକ ଘୋଡ଼ା ବେପାରେ ସାମିଲ ହେଉଥିବା ବା ଦଳ ବଦଳ କରୁଥିବା ସାଂସଦ କିମ୍ବା ବିଧାୟକଙ୍କ ଉପରେ ଅତିକମରେ ୧୦ ବର୍ଷ ପାଇଁ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । Read More >
BRICS ସମ୍ମିଳନୀରେ ଆତଙ୍କବାଦ ପ୍ରଶ୍ନରେ ଭାରତର ଆଭିମୁଖ୍ୟ ଦୃଢ଼ ରହିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ BRICS ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରିଛି ଏବଂ ୨୨ ଏପ୍ରିଲ ୨୦୨୫ର ପହଲଗାମ ଆକ୍ରମଣକୁ ଅଗ୍ରହଣୀୟ ବୋଲି ମାନିଛି। Read More >
ଟିଏମସି ଛାଢ଼ି ଏନସିପିଆଇରେ ମିଶିଥିବା ୨୦ ସାଂସଦଙ୍କ ମଧ୍ୟରୁ ୧୭ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି କୁଚବିହାର ଲୋକସଭା ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା ବସୁନିୟା ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ଯାହା ପରେ ପଶ୍ଚିମବଙ୍ଗରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । Read More >
ଚୀନ ପାଇଁ ପାଣି ଭିତରେ ଶତ୍ରୁ ଉପରେ ନଜର ରଖିବ ରୋବୋଟ୍ ମାଛ
କଂଗ୍ରେସର ପଞ୍ଚାୟତ ଫୋକସ; ଅକ୍ଟୋବର ୨ରୁ ପଦଯାତ୍ରା, ରାଜଧାନୀରେ ୨୦ ହଜାର ଯୁବଙ୍କୁ ନେଇ ମେଗା ଶୋ, ଆସିପାରନ୍ତି ରାହୁଲ ଗାନ୍ଧୀ
ସବସିଡି ଗ୍ୟାସର କଳାବଜାରୀ ରୋକିବାକୁ ଆକ୍ସନ୍ ମୋଡ୍ରେ ସରକାର; ୩,୮୩୮ ସ୍ଥାନରେ ରେଡ୍, ୮,୪୫୭ ଗ୍ୟାସ ସିଲିଣ୍ଡର ଜବତ
୨୦୨୪ ବାଂଲାଦେଶ ହିଂସା ମାମଲା: ଶେଖ ହସିନାଙ୍କ ଦଳର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁ ଦଣ୍ଡ