ଗତିଶୀଳ ହେବ ଦେଶର ଅର୍ଥ ବ୍ୟବସ୍ଥା, ୨୨ରେ ମୋଦୀଙ୍କ ସହ ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:Nation-PM-Modi-to-meet-economic-experts-on-June-22-to-boost-Indian-economy

ନୂଆଦିଲ୍ଲୀ, ଜୁନ ୧୯ (ଖବର ଓଡ଼ିଶା): ସଂସଦର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଆଗାମୀ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ନୂଆ ସରକାରରେ ବଜେଟ ଆଗତ କରିବେ। ଆଶା କରାଯାଉଛି ଯେ, ଆର୍ଥିକ ସ୍ତୁତିକୁ ଦୂର କରିବା ପାଇଁ ବଜେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକ ବିକାଶକୁ ଗତି କରିବା ଏବଂ ରୋଜଗାର ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥଶାସ୍ତ୍ରୀ ଓ ଶିଳ୍ପ ଜଗତର ପ୍ରତିନିଧିଙ୍କ ସହ ଜୁନ ୨୨ରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହା ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଭିନ୍ନ ବିଭାଗର ବିଶେଷଜ୍ଞ ଏବଂ ଷ୍ଟେକ୍‌ ଧାରକଙ୍କୁ ଭେଟି ପରାମର୍ଶ ମାଗିବେ। 

ଭାରତୀୟ ଅର୍ଥ ବ୍ୟବସ୍ଥା ଅଗ୍ରସର ହେଉଛି। ଅନ୍ତର୍ଜାତୀୟ ରେଟିଙ୍ଗ ଏଜେନ୍ସି ଫିଚ୍‌ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆର୍ଥିକ ବିକାଶ ଦର ସମ୍ଭାବନାକୁ ୬.୮ରୁ ହ୍ରାସ କରି ୬.୬ ପ୍ରତିଶତ କରିଛି। ଏହା ପୂର୍ବରୁ ଫେବୃୟାରୀରେ ଫିଚ ବିକାଶ ଦର ୭ ପ୍ରତିଶତରୁ ହ୍ରାସ କରି ୬.୮ ପ୍ରତିଶତ କରିଥିଲା। ଆର୍ଥିକ ବର୍ଷ ୨୦୧୮-୧୯ରେ ବିକାଶ ଦର ୬.୮ ପ୍ରତିଶତ ରହିବା ଅନୁମାନ କରାଯାଥିଲା। 

 

  • Tags:

Subscribe

National International State Sports Entertainment