ଆଜିଠୁ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର, ଶପଥ ନେବେ ନୀତୀଶ-ତେଜସ୍ୱୀ
Khabar Odisha:Nation-Nitish-Tejashwi-again-in-Bihar-oath-ceremony-cabinet-formula-decide

ପାଟଣା, ଅଗଷ୍ଟ ୧୦ (ଖବର ଓଡ଼ିଶା): ବିହାରରେ ଆଜିଠାରୁ ନୂଆ ସରକାର ଚାଲିବ । ଜନତା ଦଳ ୟୁନାଇଟେଡ (ଜେଡିଓ) ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତୃତ୍ୱରେ ଅନ୍ୟ ଛୋଟ ଦଳଗୁଡ଼ିକର ସହଯୋଗରେ ମେଣ୍ଟ ସରକାର ପରିଚାଳିତ ହେବ । ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । 

ବିହାରରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ମଧ୍ୟ ସ୍ୱଷ୍ଟ ହୋଇଯାଇଛି । କ୍ୟାବିନେଟରେ ଆରଜେଡିର ସର୍ବାଧିକ ୧୬ ବିଧାୟକ ମନ୍ତ୍ରୀ ହେବେ । ଏହା ପରେ ଜେଡିୟୁର ୧୩ ଜଣ, କଂଗ୍ରେସର ୪, ହମ୍‌ର ଜଣେ ବିଧାୟକ ନୂଆ ସରକାରରେ ମନ୍ତ୍ରୀ ହେବେ । ବାମଦଳ ସରକାରଙ୍କୁ ବାହାରେ ଥାଇ ସମର୍ଥନ ଦେଉଛି । 

ଏହା ପୂର୍ବରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ସନ୍ଧ୍ୟାରେ ରାଜ୍ୟପାଳଙ୍କ ସମ୍ମୁଖରେ ନୂଆ ସରକାର ଗଢ଼ିବା ନେଇ ଦାବି କରିଥିଲେ । ସେ ମହାମେଣ୍ଟ ସହିତ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି । ନୀତୀଶ କୁମାର ଦାବି କରିଛନ୍ତି ଯେ, ମୋଟ ୭ଟି ପାର୍ଟି ଓ ଜଣେ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ ଜଣାଇଛନ୍ତି । ତାଙ୍କ ପାଖରେ ମୋଟ ୧୬୫ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଆଜି ଅପରାହ୍ନ ୨ଟାରେ ମହାମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । 

 

  • Tags:

Subscribe

National International State Sports Entertainment