ମୁଖତାର ଅଂସାରୀଙ୍କ ବିଧାୟକ ପୁଅ ଅବାସଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ
Khabar Odisha:Nation-Mafia-Mukhtar-Ansari-son-Abbas-Ansari-interim-bail-plea-rejected

ଲଖନଉ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ବାହୁବଳୀ ନେତା ମୁଖତାର ଅଂସାରୀ ପୂର୍ବରୁ ହିଁ ବିବାଦକୁ ଆସିଛନ୍ତି । ଏତେ ତାଙ୍କର ବିଧାୟକ ପୁଅ ଅବାସ ଅଂସାରୀଙ୍କ ପାଇଁ ମଧ୍ୟ ଅଡୁଆ ବଢ଼ିବାରେ ଲାଗିଛି । ଅବାସଙ୍କ ଅଗ୍ରୀମ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଅବାସୀ ଅଂସାରୀଙ୍କ ୨୦୧୨ରେ ଲଖନଉରୁ ଜାରି ଶସ୍ତ୍ର ଲାଇସେନ୍ସ ବିନା ସୂଚନାରେ ଦିଲ୍ଲୀ ଠିକଣାରେ ପରିବର୍ତ୍ତନ କରାଇବା ମାମଲାରେ ସାଂସଦ-ବିଧାୟକଙ୍କ ସ୍ୱତନ୍ତ୍ର ଅଦାଲତ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଛନ୍ତି । 

ସ୍ୱତନ୍ତ୍ର ଜଜ ହରବଂସ ନାରାୟଣ ନିଜର ଆଦେଶରେ କହିଛନ୍ତି ଯେ, ଅଭିଯୁକ୍ତ ଅବାସୀ ଅସାରୀଙ୍କ ବିରୋଧରେ ପୂର୍ବରୁ ହିଁ ଅପରାଧିକ ମାମଲା ରହିଛି । ଶସ୍ତ୍ର ଲାଇସେନ୍ସ ମାମଲାରେ ଗିରଫ ୱାରେଣ୍ଟ ମଧ୍ୟ ଗତ ଜୁଲାଇ ୧୪ ତାରିଖରେ ଜାରି କରାଯାଇଛି । ତେଣୁ ତାଙ୍କର ଜାମିନ ଆବେଦନ ସ୍ୱୀକାର କରାଯାଇପାରିବ ନାହିଁ ଓ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରାଯାଇଛି । ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୧୨ରେ ଲଖନଉର ମହାନଗର ଥାନାରେ ଅବାସୀ ଅଂସାରୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା । 

 

  • Tags:

Subscribe

National International State Sports Entertainment