ତେଜସ କିଣିବା ନିଷ୍ପତ୍ତିରେ ଆତ୍ମନିର୍ଭର ଭାରତ ଅଭିଯାନ ମଜବୁତ ହେବ: ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-PM-Modis-decision-to-purchase-Tejas-will-strengthen-self-sufficient-India-campaign

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳଙ୍କ ପକ୍ଷରୁ ଘରୋଇ ପ୍ରତିରକ୍ଷା ସାମଗ୍ରୀ କିଣିବା ଭଳି ଭାରତୀୟ ବାୟୁ ସେନା ଲାଗି ୮୩ଟି ତେଜସ ବିମାନ କିଣିବାକୁ ମଂଜୁରୀ ଦିଆଯିବା ଦ୍ୱାରା ଆତ୍ମନିର୍ଭର ଭାରତ ଅଭିଯାନ ମଜବୁତ ହେବ । ସୁରକ୍ଷା ମାମଲାରେ ମନ୍ତ୍ରିମଣ୍ଡଳର ସମିତି (ସିସିଏସ) ବାୟୁସେନା ଲାଗି ଘରୋଇ ପ୍ରତିରକ୍ଷା ସାମଗ୍ରୀ କିଣିବାରେ ୪୮ ହଜାର କୋଟି ଟଙ୍କା ବିନିଯୋଗରେ ୮୩ ଟି ତେଜସ ବିମାନ କିଣିବାକୁ ବୁଧବାର ମଂଜୁରୀ ପ୍ରଦାନ କରିଛି । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ମାମଲା ଉପରେ ମନ୍ତ୍ରିମଣ୍ଡଳର ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋଦୀ ଟୁଇଟ କରି କହିଛନ୍ତି ଯେ, ମନ୍ତ୍ରିମଣ୍ଡଳର ଆଜିର ନିଷ୍ପତ୍ତି ଦ୍ୱାରା ଆମର ସଶସ୍ତ୍ର ବଳର କ୍ଷମତାରେ ଅନେକ ସଂଶୋଧନ ଆସିବ । ସ୍ୱଦେଶୀ ପ୍ରତିରକ୍ଷା ଉଦ୍ୟୋଗର ପରିସୀମା ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ମଜବୁତ ହେବ । 

ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ଥିବା ବେଳେ ସିସିଏସ ଘରୋଇ ପ୍ରତିରକ୍ଷା ସାମଗ୍ରୀ କିଣିବା ଲାଗି ପାଖାପାଖି ୪୮ ହଜାର କୋଟି ଟଙ୍କାର ବିନିଯୋଗରେ ୮୩ଟି ତେଜସ ବିମାନ କିଣିବାକୁ ବୁଧବାର ମଂଜୁରୀ ପ୍ରଦାନ କରିଛି । 

 

  • Tags:

Subscribe

National International State Sports Entertainment