ବିଶାଖାପାଟଣାରେ ଔଷଧ କଂପାନୀରେ ବିଷାକ୍ତ ଗ୍ୟାସ ନିର୍ଗତ: ୨ ମୃତ, ୪ ଗୁରୁତର
Khabar Odisha:Nation-Gas-leak-in-Visakhapattanam-worker-killed-Jawahar-Lal-Nehru-Pharma-city-at-Parawadar

ବିଶାଖାପାଟଣା, ଜୁନ ୩୦ (ଖବର ଓଡ଼ିଶା): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପୁଣି ଥରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ରିପୋର୍ଟ ଅନୁସାରେ ଗ୍ୟାସଲିକ ଘଟଣା ପରବଦାସ୍ଥିତ ଜବାହର ଲାଲ ନେହରୁ ଫାର୍ମାସିଟିରେ ହୋଇଛି । ଜୁନ ୨୯ ବିଳମ୍ବିତ ରାତି ସେନାର ଲାଇଫ ସାଇନସେଜ ପ୍ରାଇଭେଟ ଲିମିଟେଡ ନାମରେ ଏକ କଂପାନୀରୁ ବେଂଜୀ  ମେଡିଜୋଲ ନାମରେ ବିଷାକ୍ତ ଗ୍ୟାସ ଲିକ ହୋଇଛି । ଏହି ଗ୍ୟାସ ସଂସ୍ପର୍ଶରେ ଆସି କଂପାନୀର ୬ ଜଣ ଲୋକ ଗୁରୁତର ହୋଇଥିଲେ । ଏଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମଧ୍ୟ ବିଶାଖାପାଟଣାରେ ରାତିରେ ଗ୍ୟାସ ନିର୍ଗତ ହୋଇଥିଲା । 

 

  • Tags:

Subscribe

National International State Sports Entertainment