ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ବନ୍ଦେ ମାତରମ କୁଂଜରେ ସଂଗରୋଧରେ ରହିଲେ
Khabar Odisha:Nation-Former-Union-Minister-Uma-Bharat-tested-corona-positive-stay-Isolation-at-Vande-Mataram

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ କରୋନା ସଂକ୍ରମଣ ହୋଇଛି । ଉମା ଭାରତୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏବେ ସଂଗରୋଧରେ ଅଛନ୍ତି । 

କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ଗତକାଲି ଟୁଇଟରେ ଉମା ଭାରତୀ କହିଥିଲେ, ମୁଁ ନିଜର ପାହାଡ଼ ଯାତ୍ରା ସମାପ୍ତ କରିବାର ଅନ୍ତିମ ଦିନରେ ପ୍ରଶାସନକୁ ସୂଚନା ଦେଇ କରୋନା ଟେଷ୍ଟିଂ ଟିମକୁ ଡାକିଛି । କାରଣ ବିଗତ ୩ ଦିନ ହେଲା ମୋତେ ଜ୍ୱର ହେଉଛି । ସେ କହିଛନ୍ତି, ମୁଁ ହିମାଳୟରେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରିଛି । ତଥାପି କରୋନା ପଜିଟିଭ ଚିହ୍ନଟ ହୋଇଛି । 

ଅନ୍ୟ ଏକ ଟୁଇଟରେ ଉମା ଭାରତୀ କହିଛନ୍ତି, ମୁଁ ଏବେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ କୁଂଜରେ ସଂଗରୋଧରେ ଅଛି । ପୁଣି ୪ ଦିନ ପରେ କରୋନା ଟେଷ୍ଟ କରାଇବି । ଏଭଳି ସ୍ଥିତି ରହିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଷ୍ପତ୍ତି ନେବି । ସେ କହିଛନ୍ତି ଯେ, ମୋ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ମଧ୍ୟ କରୋନା ଟେଷ୍ଟ କରାଇବା ସହିତ ସତର୍କତା ପାଳନ କରନ୍ତୁ । 

 

  • Tags:

Subscribe

National International State Sports Entertainment