ଉତ୍ତର ପ୍ରଦେଶ: ପରିବାର ଲୋକେ ଦେଲେନି ଅନୁମତି, ମହିଳା ଥାନାରେ ବିବାହ କଲେ ପ୍ରେମିକ-ପ୍ରେମିକା
Khabar Odisha:Nation-Couple-tied-the-knot-at-Lucknow-women-police-station-in-Uttar-Pradesh

ଲଖନଉ, ଫେବୃଆରୀ ୧୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ ପୋଲିସ ଏକ ପ୍ରେମୀ ଯୋଡ଼ିଙ୍କ ସମର୍ଥନ ଜଣାଇ ସେମାନଙ୍କୁ ବିବାହ କରିଛି । ଲଖନଉରେ ମହିଳା ଥାନାରେ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥାଇ ଏକ ଯୋଡ଼ି ପ୍ରେମିକ-ପ୍ରେମିକାଙ୍କୁ ବିବାହ କରିଛନ୍ତି । ବିବାହ କାର୍ଯ୍ୟକ୍ରମ ସମୟରେ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ । 

ବିବାହ ପାଇଁ ପରିବାର ଲୋକେ ଅନୁମତି ନ ଦେବାରୁ ପ୍ରେମିକ-ପ୍ରେମିକା ପୋଲିସ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ସୁରକ୍ଷା ପାଇଁ ପୋଲିସ ନିବେଦନ କରିଥିଲେ । ଉଭୟ ପ୍ରେମିକ-ପ୍ରେମିକା କହିଛନ୍ତି କି ସେମାନଙ୍କର ପରିବାର ଲୋକେ ଏହି ବିବାହକୁ ଅନୁମତି ଦେଉ ନାହାନ୍ତି । ଯଦିଓ ପୋଲିସ ସେମାନଙ୍କ ପରିବାର ଲୋକଙ୍କ ଠାରୁ କୌଣସି ପ୍ରତିକ୍ରିୟା ପାଇଁ ନାହିଁ, ତଥାପି ବିବାହ କାମ ଶେଷ କରିଛି । 

 

 

  • Tags:

Subscribe

National International State Sports Entertainment