ଭାରତରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୫ ହଜାର ୫୯୮କୁ ବୃଦ୍ଧି, ୧,୯୮,୭୦୬ ଆକ୍ରାନ୍ତ
Khabar Odisha:Nation-Corona-virus-death-toll-reach-in-India-stand-at-5598-detected-198706-in-country

ନୂଆଦିଲ୍ଲୀ, ଜୁନ ୦୧ (ଖବର ଓଡ଼ିଶା): ଭାରତରେ କରୋନା ଭାଇରସରେ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ନିକଟତର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ମଙ୍ଗଳବାର ୯ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୫ ହଜାର ୫୯୮କୁ ବୃଦ୍ଧି ପାଇଛି । ଭାରତରେ କରୋନା ଭାଇରସରେ ୧ ଲକ୍ଷ ୯ ହଜାର ୭୦୬ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୯୭ ହଜାର ୫୮୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୯୫ ହଜାର ୫୨୬ ଜଣ । 

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୮ ହଜାର ୧୭୬ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦୪ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।   

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୭୦ ହଜାର ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୩୬୨ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୧୦୬୩, ମଧ୍ୟପ୍ରଦେଶରେ ୩୫୮  ଓ ପଶ୍ଚିମବଙ୍ଗରେ ୩୦୨  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୮୪, ଦିଲ୍ଲୀରେ ୩୯୮ ଓ ତାମିଲନାଡୁରେ ୧୫୪ ଜଣ ଜୀବନ ହାରିଛନ୍ତି । 

 

  • Tags:

Subscribe

National International State Sports Entertainment