ରେଳଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା! ସ୍ୱୟଂଚାଳିତ ଭାବେ ରଦ୍ଦ ହୋଇଯିବ ଟ୍ରେନ ଟିକେଟ, ଖାତାକୁ ଆସିବ ଟଙ୍କା
Khabar Odisha:Nation-Corona-virus-IRCTC-said-dont-cancel-train-tickets-you-will-get-refund-automatically

ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ଭାରତରେ ଲକଡାଉନ ସମୟରେ ଆଇଆରସିଟିସି ରେଳ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଘୋଷଣା କରିଛି । ଆଇଆରସିଟିସି ଯାତ୍ରୀଙ୍କୁ ଅପିଲ କରିଛି ଯେ, ଲକଡାଉନ ସମୟରେ ରଦ୍ଦ କରାଯାଇଥିବା ଟିକେଟ ପାଇଁ ଅନଲାଇନ ବୁକ ହୋଇଥିବା ଟିକେଟ ବାତିଲ ନକରନ୍ତୁ । ଯାତ୍ରୀମାନଙ୍କୁ ପ୍ରତିଶୃତି ଦେଇ ସଂସ୍ଥା ତରଫରୁ କୁହାଯାଇଛି ଯେ, ଟିକେଟଗୁଡ଼ିକ ସ୍ୱୟଂଚାଳିତ ଭାବେ ବାତିଲ ହୋଇଯିବ ଏବଂ ଯାତ୍ରୀଙ୍କ ସଂପୂର୍ଣ୍ଣ ଟଙ୍କା ଫେରିଆସିବ । ରେଳବାଇ ପୂର୍ବରୁ ହିଁ କାଉଣ୍ଟର ଟିକେଟ ରଦ୍ଦ କରିବା  ପାଇଁ ଜୁନ ୨୧ ଯାଏଁ ସମୟ ବଢ଼ାଇଥିଲା । 

ଆଇଆରସିଟିସି ଏକ ବୟାନରେ କହିଛି ଯେ, ରେଳଯାତ୍ରୀ ଟ୍ରେନକୁ ବନ୍ଦ କରାଯିବା ପରେ ଇ-ଟିକେଟ ରଦ୍ଦ କରିବା ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା । ଆଇଆରସିଟିସି ନିଜର ବୟାନରେ କହିଛି ଯେ, ଯାତ୍ରୀମାନଙ୍କ ତରଫରୁ ଟିକେଟ ରଦ୍ଦ କରିବାର ଆବଶ୍ୟକତା ନାହିଁ । ଯାତ୍ରୀମାନେ ବ୍ୟସ୍ତ ହୋଇପଡନ୍ତୁ ନାହିଁ ଯେ ସେମାନଙ୍କର କମ ଟଙ୍କା ଫେରସ୍ତ ହେବ । ଯାତ୍ରୀମାଙ୍କ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଛି, ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରିଆସିବ । 

 

  • Tags:

Subscribe

National International State Sports Entertainment