ଗଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି, ଭାରତ ଗସ୍ତରେ ହେବ ୨୦ ବୁଝାମଣା!
Khabar Odisha:Nation-Brazilian-President-Bolsonaro-chief-guest-on-Repbulic-day-India-visit-begin-from-Friday

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ବ୍ରାଜିଲ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, କୃଷି, ସ୍ୱାସ୍ଥ୍ୟ ଓ ଖଣିଜ କ୍ଷେତ୍ରରେ ୨୦ଟି ବୁଝାମଣା ହୋଇପାରେ । ଏହି ବୁଝାମଣା ଭାରତର ସମ୍ବଳକୁ ଲାଟିନ ଆମେରିକାରେ ପହଞ୍ଚାଇବା ଲକ୍ଷ୍ୟର ଅଂଶବିଶେଷ । ହାଇଡ୍ରୋକାର୍ବନ ସେକ୍ଟରରେ ମଜବୁତ ବୁଝାମଣା ଓ ପ୍ରତିରକ୍ଷା ଶିଳ୍ପ ଉପରେ ଫୋକସ ସହିତ ଉଭୟ ଦେଶ ୨୦୦୬ରେ ଦସ୍ତଖତ କରିଥିବା ରଣନୀତି ବୁଝାମଣାକୁ ଆଗକୁ ନେବାକୁ ପ୍ରସ୍ତୁତ ଅଛନ୍ତି । 

ସୂତ୍ର ଅନୁସାରେ ଏହି ଗସ୍ତରେ ମୁଖ୍ୟ ଉପଲବ୍ଧି ଏକ ଦ୍ୱିପାକ୍ଷୀକ ବୁଝାମଣା ହୋଇପାରେ । ଏହା ପ୍ରଥମ ସଂଶୋଧିତ ନିବେଶ ବୁଝାମଣା ହେବ, ଯାହାକି ଭାରତ କୌଣସି ଦେଶ ସହିତ କରିବ । ଶୁକ୍ରବାର ବୋଲସୋନାରୋଙ୍କ ସହିତ ବ୍ରାଜିଲର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବାଣିଜ୍ୟିକ ପ୍ରତିନିଧିମଣ୍ଡଳ ଭାରତ ଆସିବେ । ଏଥିରେ ମୋଟ ୬୨ ଜଣ ବ୍ୟବସାୟୀ ଅଛନ୍ତି, ଯେଉଁଥିରେ ୧୨ ପ୍ରତିରକ୍ଷା ଶିଳ୍ପର ଅଧିକାରୀ ସାମିଲ ଅଛନ୍ତି । 

୨୦୧୮ରେ ବ୍ରାଜିଲର ଭାରତ ୧୧ତମ ସର୍ବବୃହତ୍ତ ଆମଦାନୀକାରୀ ଓ ସେଠାରୁ ୧୦ମ ସର୍ବବୃହତ୍ତ ଆମଦାନୀକାରୀ ଦେଶ ଥିଲା । ବ୍ରାଜିଲର କମ୍ପାନୀମାନେ ଭାରତରେ ଅଟୋମୋବାଇଲ, ଆଇଟି, ଖରି, ଶକ୍ତି, ବାୟାଫୁଏଲ ସେକ୍ଟରରେ ପୁଞ୍ଜି ନିବେଶ କରିଛନ୍ତି । ବ୍ରାଜିଲରେ ଭାରତୀୟ କମ୍ପାନୀ ଆଇଟି, ଫାର୍ମାସ୍ୟୁଟିକାଲ, ଶକ୍ତି, କୃଷି-ବିଜନେଓ, ଖଣିଜ, ଇଞ୍ଜିନିୟରିଂ ଓ ଅଟୋମୋବାଇଲ କ୍ଷେତ୍ରରେ କାମ କରୁଛନ୍ତି । 

 

  • Tags:

Subscribe

National International State Sports Entertainment