ଜୁନ ୨୯ରୁ ସୁଶାନ୍ତ ସିଂହ ରାଜପୁତଙ୍କ ଥିଲା ନୂଆ ଯୋଜନା, ପଢନ୍ତୁ ସେ କ’ଣ କରିବାକୁ ଚାହୁଁଥିଲେ
Khabar Odisha:Nation-Bollywood-actor-Sushant-Singh-Rajput-this-new-planning-was-from-June-29

ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଏହି ହ୍ୱାଇଟ ବୋର୍ଡକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସୁଶାନ୍ତ ସିଂହଙ୍କ ଜୁନ ୨୯ରୁ କ’ଣ ଯୋଜନା ଥିଲା । ଏହି ବୋର୍ଡରୁ ଜଣାପଡୁଛି ଯେ, ସେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯିଏ ଭବିଷ୍ୟତ ପାଇଁ ଯୋଜନା କରୁଥିଲେ, ସେ କାହିଁକି ଆତ୍ମହତ୍ୟା କରିବେ । ପୋଷ୍ଟମର୍ଟମ ରିପୋର୍ଟରେ କିନ୍ତୁ କୁହାଯାଇଛି ଯେ, ସେ ଆତ୍ମହତ୍ୟା କରିଛନ୍ତି । 

ଶ୍ୱେତା ଶୁକ୍ରବାର ହ୍ୱାଇଟ ବୋର୍ଡର ଫଟୋ ସେୟାର କରି ଲେଖିଛନ୍ତି, ଭାଇର ହ୍ୱାଇଟ ବୋର୍ଡ ଅନୁସାରେ ସେ ଜୁନ ୨୯ଠାରୁ ପ୍ରତିଦିନ ବ୍ୟାୟାମ କରୁଥିଲେ । ସୁଶାନ୍ତ ସିଂହଙ୍କ ବୋର୍ଡରେ ଲେଖାଯାଇଥିବା ଯୋଜନା । 

-ଶୀଘ୍ର ଉଠିବା, ଶଯ୍ୟା ଠିକ କରିବା

-କଣ୍ଟେଣ୍ଟ ଫିଲ୍ମ ଓ ସିରିଜ ଦେଖିବା

-ଗିଟାର ବଜାଇବା

-ମେଡିଟେଶନ

-ନିଜର ଆଖପାଖ ସ୍ଥାନ ସଫା ରଖିବା

-ଶିଖିବା, ଅଭ୍ୟାସ ଓ ପୁନାରବୃର୍ତ୍ତି କରିବା

-ଯାହା ସଂପର୍କରେ ତୁମେ ଭାବୁଛ, ତାହା ତୁମେ ସବୁ କିଛି କରିପାରିବ

 

  • Tags:

Subscribe

National International State Sports Entertainment