କୋଲକାତା, ଅଗଷ୍ଟ ୦୬ (ଖବର ଓଡ଼ିଶା): ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରେ ଫସିଥିବା ଅଭିନେତ୍ରୀ ଅର୍ପିତା ମୁଖର୍ଜାଙ୍କ ଜୀବନ ବପଦ ବୋଲି କୁହାଯାଉଛି । ଇଡି ଶୁକ୍ରବାର ପିଏମ୍ଏଲଏ କୋର୍ଟଙ୍କୁ ଏହି ସୂଚନା ଦେଇଛି । ଅର୍ପିତା ଏବେ ସୁରକ୍ଷିତ ନାହାନ୍ତି । ତେଣୁ ତାଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି, ପ୍ରଥମେ ଚଖାଯାଉ । ଅର୍ପିତାଙ୍କୁ ଖାଦ୍ୟ ଦିଆଯିବା ପୂର୍ବରୁ ଚାଖିବାର ଆବଶ୍ୟକତା ରହିଛି । ତଦନ୍ତ ସଂସ୍ଥା ଜୋର ଦେଇ କହିଛି ଯେ, ପଶ୍ଚିମବଙ୍ଗର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ନେଇ ଏଭଳି କୌଣସି ଇନପୁଟ ମିଳିନାହିଁ । ତାଙ୍କର ସୁରକ୍ଷାକୁ ନେଇ କୌଣସି ଅସୁବିଧା ନାହିଁ । କିନ୍ତୁ ଅର୍ପିତା ସହିତ ଏମିତି ନୁହେଁ । ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଅର୍କିତା ଓ ପାର୍ଥଙ୍କୁ ୧୪ ଦିନିଆ ରିମାଣ୍ଡରେ ରଖିବାକୁ ଚାହୁଁଛି । ଉଭୟଙ୍କୁ ପଚରାଉଚରା କରିବା ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେଣୁ ତାଙ୍କୁ ଆହୁରି ଅଧିକ ସମୟ ପର୍ଯ୍ୟନ୍ତ ପଚରାଉଚରା କଲା ପରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ । ତେବେ ଏହି ଦାବି ସହିତ ଇଡି କୋର୍ଟଙ୍କୁ କହିଛି ଯେ, ଅର୍ପିତା ମୁଖାର୍ଜୀକୁ ନେଇ ଏଭଳି ଖବର ଆସିଛି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତାଙ୍କୁ ଯେଉଁ ପାଣି ଅଥବା ଖାଦ୍ୟ ଦିଆଯାଉଛି, ପ୍ରଥମେ ଚାଖିବା ଦରକାର ।
ଉଲ୍ଲେଖଯୋଗ୍ୟ ଯେ, ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଠିକଣାରେ ଇଡି ପକ୍ଷରୁ ଚଢ଼ଉ ବେଳେ ୨ଟି ଦଫାରେ ପ୍ରାୟ ୫୦ କୋଟି ନଗଦ, ସୁନା, ୨୦ଟି ମୋବାଇଲ, କାର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଥିଲା ।