ଜମ୍ମୁ କଶ୍ମୀର: ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ
Khabar Odisha:Nation-A-terrorist-killed-in-Srinagar-Malabagh-encounter-one-CRPF-jawan-martyred

ଶ୍ରୀନଗରୀ, ଜୁଲାଇ ୦୩ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରର ମାଲାବାଗ ଅଂଚଳରେ ସିଆରପିଏଫ ଓ ଜମ୍ମୁ କଶ୍ମୀର ପୋଲିସ ସହିତ ଆତଙ୍କବାଦୀମାନେ ଗୁଳିବିନିମୟ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଗୁଳିବିନିମୟରେ ସୁରକ୍ଷା ବାହିନୀର ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିବା ପରେ ମାଲାବାଗ ଅଂଚଳରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଘେରାବନ୍ଦୀ କରାଯାଇଥିଲା । ଏହି ସୂଚନା ପରେ ସିଆରପିଏଫର କ୍ୱିକ ଆକ୍ସନ ଟିମ ଜମ୍ମୁ କଶ୍ମୀର ପୋଲିସର ଏସଓଜି ସହ ମିଶି ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ । ଏହା ପରେ ଅପରେଶନ ଆରମ୍ଭ ହୋଇଯାଇଥିଲା । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି । 

 

  • Tags:

Subscribe

National International State Sports Entertainment