ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ । ମୃତ୍ୟୁ ବେଳକୁ ନାନା ପାଟେକରଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୋଆସ୍ଥିତ ତାଙ୍କ ଘରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ନାନା ପାଟେକରଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ସକାଳେ ବାସଭବନରେ ହୃଦ୍ଘାତ ହୋଇଥିଲା । ୪୫ ମିନିଟ୍ ଧରି କ୍ରମାଗତ ଭାବେ ସିପିଆର୍ (CPR) ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ । ଘଟଣାକୁ ନେଇ ଏକ ମେଡିକୋ-ଲିଗାଲ୍ କେସ୍ (MLC) ରୁଜୁ କରାଯାଇଛି ଏବଂ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ମଣିପାଲ ହସ୍ପିଟାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର କହିଛନ୍ତି ।
ନାନା ପାଟେକରଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ହିନ୍ଦୀ ଓ ମରାଠୀ ସିନେମାରେ ଦଶନ୍ଧି ଧରି ନିଜ ଦମଦାର ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନାନା ପାଟେକର । ପ୍ରାୟ ୫ ଦଶନ୍ଧିର ଲମ୍ବା କ୍ୟାରିଅର ଭିତରେ ୭୦ରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପରିନ୍ଦା, କ୍ରାନ୍ତିବୀର ଓ ଅଗ୍ନିସାକ୍ଷୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।