ଏନଡ଼ିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ଼୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା,ଦାୟିତ୍ୱ ନେବେ ୧୫୦ ସୁରକ୍ଷାକର୍ମୀ
Khabar Odisha:NDA-candidate-Draupadi-Murmu-to-be-given-Z-plus-security-150-security-personnel-to-take-charge
ଭୁବନେଶ୍ଵର , ଜୁନ୍ 22(ଖବର ଓଡ଼ିଶା):

ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଏବେ ଓଡ଼ିଶା ପାଇଁ ଏକ ଗୌରବର ମୁହୂର୍ତ୍ତ ଆଣିଛନ୍ତି । ବର୍ତ୍ତମାନ ସେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବର୍ତ୍ତମାନ ଜେଡ଼୍ ପ୍ଲସ୍ ସୁରକ୍ଷା ଦିଆଯାଇଛି ।

ଏହି ସୁରକ୍ଷା ବ୍ୟବସ୍ଥାରେ ୧୦ରୁ ଅଧିକ ଏନଏସଜି ସହ ସିଆରପିଏଫ୍ କମାଣ୍ଡୋ ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ ସୁରକ୍ଷା ବ୍ୟବସ୍ଥା ଯୋଗାଇବେ । ୧୦ ଜଣ କମାଣ୍ଡୋ ମିଶାଇ ମୋଟ ୧୫୦ ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯିବ । ଏହା ସହିତ ୫ଟି ବୁଲେଟ୍ ପ୍ରୁଫ୍ କାର ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯିବ ।

ସୁଚନା ଅନୁସାରେ ଏନଡ଼ିଏ ପ୍ରାର୍ଥୀ ନିର୍ବାଚିତ ହେଲେ ଦ୍ରୌପଦୀ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବି ଲାଗି ଓଡ଼ିଶାର ଆଦିବାସୀ ନେତ୍ରୀ ଶ୍ରୀମତ୍ରୀ ମୁର୍ମୁଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ‌ଭୋଟ୍ ଗ୍ରହଣ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୯ ରଖାଯାଇଛି। ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି।

  • Tags:

Subscribe

National International State Sports Entertainment