ବିଗବସ ବିଜେତା ତଥା ହାସ୍ୟ ଅଭିନେତା ମୁନାୱାର ଫାରୁକି ଅଟକ। ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ମଙ୍ଗଳବାର ଅଟକ ହୋଇଛନ୍ତି।
ଗତକାଲି ମୁମ୍ବାଇରେ ଏକ ହୁକ୍କା ବାର୍ରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଗତ ରାତିରେ ପୋଲିସ ଅଟକ ରଖି ମୁନାୱାରଙ୍କ ସମେତ ସମସ୍ତଙ୍କୁ ଧରି ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା। ମୁନାୱାରଙ୍କର ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କଠୁ କିଛି ଜୋରିମାନା ନେଇ ଛାଡି ଦିଆଯାଇଛି।
ଗତ ରାତି ପ୍ରାୟ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଆଜି ଭୋର ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ଏକ ମାମଲା ରୁଜୁ କରି ପୋଲିସ ବର୍ତ୍ତମାନ ମାମଲାରେ ତଦନ୍ତ ଜାରି ରହିଛି ।
ରିଆଲିଟି ସୋ ବିଗବସର ୧୭ ତମ ସିଜନରେ ମୁନୱାର ଫାରୁକି ବିଜୟୀ ହୋଇଥିଲେ । ପୂର୍ବରୁ ବିଗବସ ଓଟିଟି ବିଜେତା ଏଲଭିସ ଯାଦବ ମଧ୍ୟ ସାପ ବିଷରେ ନିଶା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେ ଗିରଫ ହୋଇଥିବା ବେଳେ ଏବେ ଜାମିନରେ ଅଛନ୍ତି ।