ଟ୍ରେନର କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ କଲ । ଏହି କଲ ପରେ ସ୍ପେଶାଲ ଡଗ୍ ସ୍କ୍ୱାର୍ଡ ଓ ପୋଲିସ ଟ୍ରେନରେ ତଦନ୍ତ ଆରମ୍ଭ କରିଥିଲେ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ସୂଚନା ଅନୁସାରେ, ମଙ୍ଗଳବାର କାମାୟନି ଏକ୍ସପ୍ରେସ ୟୁପିର ବାରାଣସୀରୁ ମହାରାଷ୍ଟ୍ରର ମୁମ୍ବାଇ ଯାତ୍ରା କରୁଥିବା ସମୟରେ ଟ୍ରେନର କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ ଆସିଥିଲା ।
କଲ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ' କାମାୟନି ଏକ୍ସପ୍ରେସରେ ବୋମା ରଖାଯାଇଛି ଯଦି ଟ୍ରେନକୁ ଅଟକା ନ ଯାଏ ତେବେ ବୋମା ବିସ୍ପୋରଣ ହେବ ' । ଏହି ଖବର ପାଇ ସାରିବା ପରେ ଟ୍ରେନକୁ ତୁରନ୍ତ ଉତ୍ତରପ୍ରଦେଶର ଜଙ୍ଘାଇ ଷ୍ଟେସନରେ ଅଟକାଯାଇଥିଲା । ସ୍ପେଶାଲ ଡଗ୍ ସ୍କ୍ୱାର୍ଡ ଓ ପୋଲିସ ଟ୍ରେନରେ ଥିବା ଯାତ୍ରୀମାନଙ୍କ ବ୍ୟାଗ ସହିତ ଟ୍ରେନକୁ ଯାଞ୍ଚ କରିଥିଲେ । ପ୍ରାୟ ୩ ଘଣ୍ଟା ଯାଞ୍ଚ ପରେ ଟ୍ରେନ୍ରୁ କୌଣସି ବୋମା ମିଳିନଥିଲା । ପୋଲିସ ଏହି ଘଟଣାର ଯାଞ୍ଚ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ସଜାଗ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ଆଗକୁ ପଢ଼ନ୍ତୁ : ଇଡି ଚଢଉ ବେଳେ ୱାସିଂ ମେସିନ ଭିତରୁ ମିଳିଲା ୨.୫ କୋଟି