ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ମାଓ କ୍ୟାମ୍ପ ଠାବ କରିଛି ସୁରକ୍ଷା ବାହିନୀ । କୁମ୍ବିଂ ଅପରେସନ ସମୟରେ ଠାବ ହୋଇଛି ମାଓ କ୍ୟାମ୍ପ । ଯେଉଁଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀଙ୍କୁ ଆଲର୍ଟ କରାଯାଇଛି ।ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେକ୍ନୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । ଟପ ମାଓ ନେତା ମାନଙ୍କ ମେଳି ସମ୍ପର୍କରେ ସୂଚନା ପାଇ ଟେଣ୍ଟୋ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସହ ମାରଣାସ୍ତ୍ର ଜବତ ହୋଇଛି। ତେବେ ଏହିଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ ଯେଉଁଥିରେ ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର, ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର, ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ରହିଛି ।