ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ। ଦିଲ୍ଲୀ ସ୍ଥିତ ବିଜେପିର ପାର୍ଟି କାର୍ଯ୍ୟାଳୟରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥତିରେ ସେ ପଦ୍ମ ଧରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନୀଷ କଶ୍ୟପ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ମନୀଷ ନିର୍ବାଚନ ଲଢିବେ ନାହିଁ ବୋଲି ଖବର ପ୍ରକଟ ହେଉଛି।
ସୂଚନା ଅନୁସାରେ, ମନୀଷ କଶ୍ୟପ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ସେ ପଶ୍ଚିମ ଚମ୍ପାରଣ ସିଟରେ ନିର୍ବାଚନ ପ୍ରଚାର କରିବା ମଧ୍ୟ ଆରମ୍ଭ କରିଦେଇଥିଲେ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହୁଥିଲେ। ତେବେ ପୂର୍ବରୁ ସେ ବିହାରର ଚନପଟିଆ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିସାରିଛନ୍ତି। ଯେଉଁଥିରେ କି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହେଲେ ସେ ସାଧାରଣ ଜନତାଙ୍କ ଠାରୁ ବିପୁଳ ପରିମାଣର ଭଲ ପାଇବା ପାଇଥିଲେ। ହେଲେ ସେ ଆଜି ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ବିଜେପିର ପାର୍ଟି କାର୍ଯ୍ୟାଳୟରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥତିରେ ସେ ପଦ୍ମ ଧରିବାର କାର୍ଯ୍ୟକ୍ରମ ରହିଛି।