ମହେଶ ବାବୁଙ୍କ ଝିଅ ହେଲେ ସାଇବର ଅପରାଧର ଶିକାର । ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧ । ଯାହାଫଳରେ ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ଏହାରି ଭିତରେ ଅଭିନେତା ମହେଶ ବାବୁଙ୍କ ଝିଅ ସାଇବର ଅପରାଧର ଶିକାର ହୋଇଛନ୍ତି । ଏନେଇ ପୋଲିସ ତଦନ୍ତ ଜାରିରଖିଛି ।
ସୂଚନା ଅନୁଯାୟୀ,ମହେଶ ବାବୁ ଓ ନମ୍ରତା ଶିରୋଦକରଙ୍କ ଝିଅ ସିତାରା ଘଟ୍ଟାମନେନୀଙ୍କ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯାଇଛି । ସେଥିରେ ସେ ମହେଶ ବାବୁଙ୍କ ୧୧ ବର୍ଷୀୟ ଝିଅ କହିଛନ୍ତି । ଏଥିସହ ସେହି ଆକାଉଣ୍ଟରୁ ୟୁଜରମାନଙ୍କୁ ବାଣିଜ୍ୟ ଓ ନିବେଶ ଲିଙ୍କ୍ ପଠାଯାଉଛି । କିନ୍ତୁ ପ୍ରକୃତ କଥାହେଲା ଜରମାନଙ୍କୁ ବାଣିଜ୍ୟ ଓ ନିବେଶ ଲିଙ୍କ୍ ପଠାଉଥିବା ଆକାଉଣ୍ଟ ମହେଶ ବାବୁଙ୍କ ଝିଅ ସିତାରା ଘଟ୍ଟାମନେନୀଙ୍କର ନୁହେଁ । ଏହା ଜାଣିବାପରେ ମହେଶ ବାବୁ ଓ ତାଙ୍କ ପରିବାର ଏକ ବିଧିବଦ୍ଧ ବିବୃତି ଜାରି କରିଛନ୍ତି।
ସେଥିରେ ସେ କହିଛନ୍ତି ଯଦି ଏହାକୁ ବନ୍ଦ ନ କରାଯାଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିତାରାଙ୍କ ନକଲି ଆକାଉଣ୍ଟ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା କରୁଛି । ଏଥିସହ ପୋଲିସ ଅଧିକାରୀମାନେ ଏହି ମାମଲାର ତଦନ୍ତ କରୁଛନ୍ତି। ଏହି ସାଇବର ଅପରାଧ ଠାରୁ ସତର୍କ ରହିବାକୁ ପୋଲିସ ଚେତାବନୀ ଦେଇଛି।