ଆଧାର କାର୍ଡ଼ ଦେଖାଇବା ପାଇଁ ଜଣେ ବୃଦ୍ଧଙ୍କୁ ପିଟି-ପିଟି ହତ୍ୟା,ଭାଇରାଲ ହେଉଛି ମାଡମରା ଭିଡ଼ିଓ ମଧ୍ୟପ୍ରଦେଶ, ମେ 21(ଖେବର ଓଡିଶା): Share story: ଆଧାରକାର୍ଡ଼ ପାଇଁ ଜଣେ ବୃଦ୍ଧଙ୍କୁ ମାଡ଼ ମରୁଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସବୁଠାରୁ ବଡ଼ କଥା ହେଉଛି ସମ୍ପୃକ୍ତ ବୃଦ୍ଧଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପରେ ମୃତ ବ୍ୟକ୍ତଙ୍କ ପରିବାର ଲୋକ ପୋଲିସ୍ ନିକଟରେ ଏହି ଭିଡ଼ିଓ ପ୍ରମାଣ ଭାବେ ଦେଇଛନ୍ତି । ଏହା ଘଟିଛି ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ । ଭିଡ଼ିଓରେ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ପୀଡିତାଙ୍କୁ ତାଙ୍କ ପରିଚୟ ମାଗୁଥିବା ବେଳେ ବାରମ୍ବାର ଚାପୁଡ଼ା ମାରୁଛନ୍ତି ଏବଂ ଆଧାର କାର୍ଡ ମାଗିବା ଏବଂ ତାଙ୍କ ନାମ ମହମ୍ମଦ ବୋଲି ପଚାରୁଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ମୃତ ବ୍ୟକ୍ତି ଭଂବରଲାଲ ଜୌନ ରତ୍ଲାମ ଜିଲ୍ଲାର ସରସି ଗାଁର ବାସିନ୍ଦା ଥିଲେ ଏବଂ ରାଜସ୍ଥାନର ଚିତ୍ତୋରଗଡରେ ଏକ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗଦେବା ପରେ ସେ ମଇ ୧୫ ରେ ନିଖୋଜ ହୋଇଯାଇଥିଲେ। #WATCH मध्य प्रदेश के मनासा (नीमच) में एक जैन बुजुर्ग को मुस्लिम समझकर मार डाला गया। पुलिस ने मामले में FIR दर्ज कर ली है। वायरल वीडियो में आरोपी शख्स कहता दिख रहा है कि तेरा नाम मोहम्मद है, आधार कार्ड दिखा...!#MadhyaPradesh #Nimach pic.twitter.com/BmP1EQwh4S — Hindustan (@Live_Hindustan) May 21, 2022 ତେବେ ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଦୀନେଶ କୁଶୱା ଙ୍କ ବିରୋଧରେ ଆଇପିସି ର ଧାରା ୩୦୨ (ହତ୍ୟା) ଏବଂ ୩୦୪ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖବର ଓଡ଼ିଶା, Reporter, 21/05/2022