ଆଜି ବିଜେପିରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ , ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।
ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବରେ ହେଲେ ସାମିଲ୍ ହୋଇ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।
କଟକରୁ ସାଂସଦ ଭାବେ ୬ଥର ଭର୍ତ୍ତୃହରି ନିର୍ବାଚିତ ହୋଇଛନ୍ତି । ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟ ଦେଇଛନ୍ତି ଯେ ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ ।ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ' । ଏକ ନୂଆ ଟିମ୍ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ ବୋଲି ସେ କହିଛନ୍ତି ।
ସେହିପରି ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଯେପରି କାମ କରୁଛନ୍ତି, ଆମେ ଚାହୁଁଛୁ ରାଜ୍ୟରେ ବି ସେମିତି କାମ ହେଉ । ରାଜ୍ୟବାସୀଙ୍କ ପାଇଁ ଯାହା ଭଲ ହେବ ସେହି ଅନୁସାରେ କାମ କରିବି।
ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ମିଶିଛନ୍ତି । ସେ କହିଛନ୍ତି ଓଡିଶାରେ ପରିବର୍ତ୍ତନର ସ୍ବର ବଦଳୁଛି ଏହା ଓଡିଶା ପାଇଁ ଖୁସି ହେବ। ନାରୀ ସଶକ୍ତିକରଣ ପାଇଁ ସେ କାମ କରିବେ ବୋଲି କହିଛନ୍ତି।