ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଯାହା ଫଳରେ ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଛି । ଭୂସ୍ଖଳନ ଯୋଗୁ ରାସ୍ତାରେ ପଡ଼ିଥିବା ପଥର ହଟାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ କୌଣସି ଲୋକଙ୍କର ଏହାଦ୍ବାରା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
ଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି ।ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାହାଡ଼ରୁ ଅତଡ଼ା ଧସୁଛି ।