ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇଁ ଦେଶ ପାଇଁ ଜୀବନ ଦେଇଦେଲା ସେନାର କୁକୁର କେଣ୍ଟ । ଏହି କଥାଟି ଶୁଣିଲେ ବହୁତ ଆଶର୍ଯ୍ୟ ଲାଗୁଛି କିନ୍ତୁ ଏହି ଘଟଣାଟି ସତ । ଦିନ ରାତି ନ ଶୋଇ ଦେଶକୁ ଶତ୍ରୁ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଦେଶର ଯବାନ ମାନେ କେତେ କଣ କରୁଛନ୍ତି । ସେମିତି ଜାମ୍ମୁକାଶ୍ମୀରର ରଜୋରୀ ଜିଲ୍ଲାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଜାମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା । ଏହି ଖବର ମିଳିବା ପରେ ଗତକାଲି ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା । ୨୧ ଆର୍ମି ଡଗ୍ ୟୁନିଟର ଲାବ୍ରାଡର କୁକୁର କେଣ୍ଟ ଆଗରେ ରହି ସେମାନଙ୍କୁ ବାଟ ଦେଖାଉଥିଲା । ଆତଙ୍କବାଦୀମାନେ ଏହି ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ଅଚାନକ ଗୁଳି ଚଲେଇବା ଆରମ୍ଭ କରିଦେଇଥିଲେ । ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ୩ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ କିଛି ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦେହରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଥିଲା । କିନ୍ତୁ ଏହି ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଥିଲା କେଣ୍ଟ । ଏହି ଅପରେସନରେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ଜୀବନ ଚାଲିଯାଇଛି। ସାଥି ଯବାନଙ୍କ ଜୀବନ ବଞ୍ଚେଇବାକୁ ଯାଇଁ ସେନା କୁକୁର କେଣ୍ଟ ନିଜେ ସହିଦ ହୋଇଯାଇଛି । ଏହି ଘଟଣାସ୍ଥଳରୁ ବହୁତ ପରିମାଣର ବିସ୍ଫୋରକ ଜବତ ହୋଇଛି । ସୂଚନା ଅନୁସାରେ, ରଜୌରୀରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏବେବି ସଂପୃକ୍ତ ଅଞ୍ଚଳରେ ଗୁଳି ବିନିୟମ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜୌରୀ ଅପରେସନରେ ଭାରତୀୟ ସେନା କୁକୁର କେଣ୍ଟର ମୃତ୍ୟୁ ହୋଇଛି । ଏହି ଲାବ୍ରାଡର କୁକୁରର ବୟସ ମାତ୍ର ୬ ବର୍ଷ । ଆତଙ୍କବାଦୀଙ୍କ ପିଛା କରିବା ବେଳେ ଗୁଳିମାଡ଼ରେ କେଣ୍ଟର ମୃତ୍ୟୁ ହୋଇଥିବା ଜାମ୍ମୁର ସେନା ମୁଖପାତ୍ର କହିଛନ୍ତି ।
ଜାମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂଙ୍କ କହିବା ଅନୁସାରେ, ନରଲା ଗାଁରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା । ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ୍ ସମୟରେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ସେନା ଫାଏରିଂ କରିଥିଲା । କିନ୍ତୁ ସେମାନେ ଖସିଯିବାରେ ସଫଳ ହୋଇଥିଲେ । ଘଞ୍ଚ ଜଙ୍ଗଲର ସାହାରା ନେଇ ଆତଙ୍କବାଦୀମାନେ ଲୁଚି ରହିଥିଲେ । ପରେ ସେହି ଅଞ୍ଚଳକୁ ଘେରିବା ସହ ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ୨୧ ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା ଏହି କୁକୁର କେଣ୍ଟ୍ । ଆତଙ୍କବାଦୀଙ୍କ ପିଛା କରିବା ସମୟରେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ଗୁଳିବିନିମୟରେ କେଣ୍ଟ୍ ତାଙ୍କ ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ୍ ହୋଇଯାଇଛି । ଯେଉଁ କଥାଟି କି ଏବେ ବହୁତ ଦୁଃଖର ବିଷୟ ପାଲଟିଛି ।
ଆଗକୁ ପଢନ୍ତୁ :- ଲଣ୍ଡନରେ ଫ୍ୟାସନ ଡିଜାଇନର ଜିତ୍ କରୁଛନ୍ତି କମାଲ