ଫ୍ୟାସନ ଡିଜାଇନର ଜିତ୍ ଜଗଜିତ୍ ପାଢ଼ୀ ଓଡ଼ିଶାର ହସ୍ତତନ୍ତକୁ ନେଇ ଏବେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଜିତଙ୍କର କଳା ଓଡ଼ିଶାରୁ ଯାଇ ବିଦେଶରେ ପ୍ରଦର୍ଶିତ ହେଉଛି ।ଫ୍ୟାସନ ଡିଜାଇନର ର ନିଶା ତାଙ୍କୁ ଆଗକୁ ବଢ଼ିବାରରେ ପ୍ରେରଣା ଦେଖାଇଛି । ଲଣ୍ଡନରେ ପ୍ରଦର୍ଶିତ ହେଉଛି ତାଙ୍କର କଳା । କିଛି ଦିନ ତଳେ ଜିତ ଜଗଜିତ ବହୁତ ଦିନରୁ ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶାର ହସ୍ତତନ୍ତରେ ତିଆରି କରିଥିବା ଡିଜାଇନର କପଡ଼ା ପିନ୍ଧାଇ ଲଣ୍ଡନର ଆଇକନିକ୍ ଲୋକେସନ ଟାୱାର ବ୍ରିଜ ସାମ୍ନାରେ ପ୍ରଦର୍ଶନୀ କରାଇଥିଲେ । ଯାହା କେବେଳ ଓଡ଼ିଶା ନୁହେଁ ଭାରତର ଡିଜାଇନର ଭାବେ ସାରା ଜଗତରେ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି ।
ରାଜ୍ୟରୁ ଦେଶ ଓ ଦେଶରୁ ବିଦେଶ ବଢ଼ିଚାଲିଛି ତାଙ୍କର କଳା ପ୍ରଦର୍ଶନୀ । ଛୋଟ ବେଳୁ ଥିବା ତାଙ୍କର ଏହି ଇଛା ଆଜି ତାଙ୍କୁ ସମଗ୍ର ବିଶ୍ୱରେ ସଫଳତା ଦେଇଛି । କୁହାଯାଏ ଇଛା ଓ ଆଗ୍ରହ ଥିଲେ ସମସ୍ତ ବାଧା ବିଘ୍ନ ଦୂର ହୋଇଯାଏ। ଓଡ଼ିଶାର ଫ୍ୟାସନ ଡିଜାଇନର ଏବେ ସାରା ବିଶ୍ୱରେ ଆଦର୍ଶ ହୋଇଛନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ଭାରତ ଗର୍ବିତ । କେବଳ ଲଣ୍ଡନ ନୁହେଁ ବିଶ୍ୱର ଅନେକ ଦେଶରେ ସେ ଓଡ଼ିଶାର ହସ୍ତତନ୍ତକୁ ପ୍ରଦର୍ଶିତ କରାଇଛନ୍ତି । ଏଥି ସହ ଜିତ୍ OSUK ଓଡ଼ିଶାର ମିଳିତ ରାଜ୍ୟ ସମାଜର ୪୪ତମ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ । ତାଙ୍କ ଆତ୍ମଜୀବନୀରେ ସେ କହିଛନ୍ତି କି ଫ୍ୟାସନ ଡିଜାଇନର ହେବାର ନିଶା ତାଙ୍କୁ ଛୋଟବେଳୁ ଘାରିଥିଲା।ଛୋଟ ଥିଲା ବେଳେ ତାଙ୍କ ସାଙ୍ଗମାନେ ଯେତେବେଳେ କୌଣସି ପର୍ବ ବା ଉତ୍ସବରେ ନୂଆ ଡ୍ରେସ କିଣୁଥିଲେ ସେହି ସମୟରେ ସେ ନିଜ ବୁଦ୍ଧିରେ କାପଡ଼ାରୁ ନୂଆ ନୂଆ ଡିଜାଇନ ର ଡ୍ରେସ ସିଲେଇ କରି ବନାଉଥିଲେ । ସାଧାରଣ କପଡ଼ାରେ ନୂଆ ନୂଆ ଡିଜାଇନ ତିଆରି କରୁଥିବାରୁ ସେ ପ୍ରଶଂସା ମଧ୍ୟ ପାଇଥିଲେ ଯାହା ତାଙ୍କୁ ସଫଳତାର ମାର୍ଗ ଦେଖାଇଥିଲା। ଏଭଳି ଉତ୍ସାହ ଦେଖି ତାଙ୍କ ପରିବାର ତାଙ୍କୁ ନୂଆଦିଲ୍ଲୀସ୍ଥିତ ନେସନାଲ ଇନସ୍ଟିଟ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି (NIFT)ରେ ଆଡ଼ମିସନ କରାଇଥିଲେ । ସେଠାରେ ସେ ଟପର ହୋଇଥିଲେ। ସେ ଭୁବନେଶ୍ୱରରେ 'ଜିତ ସିଗ୍ନେଚର' ନାମକ ଏକ ଫ୍ୟାସନ ହାଉସର ମାଲିକ। ପ୍ରଥମେ ଓଡ଼ିଶାରେ ତାଙ୍କ ଫ୍ୟାସନ ଝଲକ ଦେଖାଇଥିଲେ ପରେ ପରେ ସେ ଭାରତ ଓ ଦେଶ ବିଦେଶରେ ତାଙ୍କର କଳା ପ୍ରଦର୍ଶିତ କରୁଛନ୍ତି । ଓଡ଼ିଆ ରିଆଲିଟି ଶୋ ଓ ଫିଲ୍ମ ଯଥା ଗୀତ ଗାଅ ଟଙ୍କା ନିଅ,ଜାଗୃତି , ଲଭ ପାଇଁ କୁଛ ଭି କରେଗା , ତୁ ମୋ ଲଭ ଷ୍ଟୋରି ଇତ୍ୟାଦିରେ ସେ ଡିଜାଇନର ଭାବେ କାମ କରିଛନ୍ତି । ଏପରିକି ଚଳଚିତ୍ର ନାୟକ ଓ ନାୟିକା ମାନଙ୍କର ମଧ୍ୟ ସେ ଡ଼ିଜାଇନର ଭାବରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ତାଙ୍କର ଲଣ୍ଡନସ୍ଥିତ ନେହେରୁ କେନ୍ଦ୍ରରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଇଅରଲ୍ୟIଣ୍ଡରେ ସେପ୍ଟେମ୍ବର ୨୩ ରେ ହେବାକୁଥିବା ନୂଆଖାଇ ଉତ୍ସବରେ ମଧ୍ୟ ଯୋଗ ଦେବେ।
ଅଧିକ ପଢନ୍ତୁ;ଆଜି `ଆୟୁଷ୍ମାନ ଭବ' କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମହାମହିମ ରାଷ୍ଟ୍ରପତି