୧୭ ସେପ୍ଟେମ୍ବରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ `ଆୟୁଷ୍ମାନ ଭବ' ଯୋଜନା କାର୍ଯ୍ୟକାରୀ ହେବ । ଆଜି ଭିଡିଓ କନଫରେନ୍ସ ଜରିଆରେ `ଆୟୁଷ୍ମାନ ଭବ' ଯୋଜନାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଯୋଜନା ଏକ ଜନସ୍ୱାସ୍ଥ୍ୟ ଅଭିଯାନ । ଏହି ଯୋଜନା ମାଧ୍ୟମରେ ଦେଶବାସୀମାନଙ୍କର ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଓ ପ୍ରାଧାନ୍ୟ ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହିତ ସ୍ବାସ୍ଥ୍ୟ ପ୍ରତି ଜନସଚେତନତା ସୃଷ୍ଟି କରିବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ । ଏହି ଯୋଜନାରେ ତିନୋଟି ମୁଖ୍ୟ ଉପାଦାନ ହେଉଛି - ଆୟୁଷ୍ମାନ ଆପକେ ଦ୍ୱାର ୩.୦, ଆୟୁଷ୍ମାନ ମେଲା, ଏବଂ ଆୟୁଷ୍ମାନ ସଭା ।