ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା ଶୁକ୍ରବାର ସକାଳେ ଏକ ଆତଙ୍କବାଦୀ ଯୋଜନା ସମ୍ପର୍କରେ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳରେ ଏକ ସିରିଜ୍ ଚଢ଼ାଉ କରିଥିଲା। ସୁରକ୍ଷା ବାହିନୀ ଉପତ୍ୟକାର କୁଲଗାମ, ଗାନ୍ଦରୱାଲ ଏବଂ ବାନ୍ଦିପୋରା ସମେତ ସାତଟି ସ୍ଥାନରେ ତଲାସ କରିଥିଲା।
ସୂଚନାଯୋଗ୍ୟ, ପାକିସ୍ତାନ-ସମର୍ଥିତ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ଶାଖା ସଂଗଠନଗୁଡ଼ିକ ସହ ଜଡ଼ିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପୂର୍ବରୁ ମଧ୍ୟ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଲଶ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ, ହିଜବୁଲ-ମୁଜାହିଦ୍ଦିନ, ଅଲ୍-ବଦର୍ ଏବଂ ଅଲ୍-କାଏଦା ଭଳି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ 'ହାଇବ୍ରିଡ୍ ଆତଙ୍କବାଦୀ' ଓ 'ଓଭରଗ୍ରାଉଣ୍ଡ ୱର୍କର୍ସ'ଙ୍କ ଠିକଣାରେ ଏହି ଚଢ଼ଉ କରାଯାଇଛି।
ଅଧିକ ପଢ଼ନ୍ତୁ: କଂଗ୍ରେସର ସମସ୍ତ ପଦବିରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ