ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ମାଂସ ବିକ୍ରେତା ଜଣେ ମହିଳାଙ୍କ ବେକ କାଟି ହତ୍ୟା କରିବା ସହ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଛି । ଆଉ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକ କେନାଲରେ ଫିଙ୍ଗି ଦେଇଥିଲେ। ମୃତ ମହିଳାଙ୍କୁ କଲ୍ୟାଣୀ ନାମରେ ଚିହ୍ନଟ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଇବ୍ରାହିମପାଟନମ୍ରେ ନାଳରେ ଏକ ଅଜ୍ଞାତ ମୃତଦେହ ଭାସୁଥିବାରୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ମୃତ ମହିଳାଙ୍କ ପରିବାର ମଧ୍ୟ ସେଠାକୁ ଆସିଥିଲେ । ଏହା ପରେ ମୃତ ମହିଳାଙ୍କୁ କଲ୍ୟାଣୀ ଭାବେ ଚିହ୍ନଟ କରାଯାଇଥିଲା। ତାଙ୍କ ହାତରେ ଥିବା ଏକ ଟାଟୁକୁ ଦେଖି ପରିବାର ସଦସ୍ୟମାନେ ଚିହ୍ନଟ କରିଥିଲେ ।
ପୋଲିସ ଭବାନୀପୁରମର ଜଣେ ମାଂସ ବିକ୍ରେତା ଶାଫିଙ୍କୁ ଅଟକ ରଖିଥିଲା । ପଚରାଉଚରା ପରେ ଶାଫି ହିଁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ସାଫି ଏକ ଛୋଟ ମଟନ୍ ଦୋକାନ ଚଳାନ୍ତି। ଶାଫି ଏବଂ କଲ୍ୟାଣୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । କଲ୍ୟାଣୀ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଅଛି । ପୁଅ ସହିତ ଶାଫିଙ୍କର ବିବାଦ ଯୋଗୁଁ କଲ୍ୟାଣୀଙ୍କ ସହିତ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେପ୍ଟେମ୍ବର ୧୭ ତାରିଖରେ ଶାଫି କଲ୍ୟାଣୀଙ୍କୁ ଭବାନୀପୁରମ୍ ସ୍ଥିତ ନିଜ ଘରକୁ ନେଇଯାଇଥିଲେ। ସେଠାରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଶାଫି ଏକ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ତଣ୍ଟି କାଟି ଦେଇଥିଲେ।
ଏହା ପରେ ଶରୀକୁ 9 ଖଣ୍ଡ କରି କାଟିଥିଲେ । ମଟନ୍ ଦୋକାନରେ କାମ କରୁଥିବା ଗୁରୁଭୁଲୁଙ୍କ ସହାୟତାରେ ଗୋଲାପୁଡ଼ି ଅଞ୍ଚଳର କୁଲିଂ କେନାଲରେ ଶାଫି ମୃତ ଦେହକୁ ଫିଙ୍ଗି ଦେଇଥିଲା। ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।