ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି ପାଇଛି। ଚଳିତ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ମାର୍ଚ୍ଚ ୨୨ରେ ସ୍ୱତନ୍ତ୍ର ଅଦାଲତ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ତେବେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ବେଳେ କୋର୍ଟ ତାଙ୍କ ରିମାଣ୍ଡ ଅବଧି ପୁଣିଥରେ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର କୋର୍ଟରେ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର ସମୟରେ କେଜ୍ରିୱାଲଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ଏହି ମାମଲାରେ ମିଥ୍ୟା ସାକ୍ଷ୍ୟ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ତେବେ ଏହି ସମ୍ବନ୍ଧରେ କୋର୍ଟ ଏପ୍ରିଲ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି।
ଅଧିକ ପଢନ୍ତୁ: ଖୁବଶୀଘ୍ର ରାସ୍ତାରୁ ହଟିବ ଟୋଲ ପ୍ଲାଜା