ଖୁବଶୀଘ୍ର ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଉପଗ୍ରହ ଆଧାରିତ ବ୍ୟବସ୍ଥା ଆରମ୍ଭ ହେବା ସହ ବର୍ତ୍ତମାନ ଟୋଲ ସଂଗ୍ରହ କରିବାର ବ୍ୟବସ୍ଥାକୁ ଉଠାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ୨୦୨୪ ମାର୍ଚ୍ଚ ରେ NHAI ରାଜପଥରେ ଟୋଲ ସଂଗ୍ରହର ନୂତନ ବ୍ୟବସ୍ଥା ଆରମ୍ଭ କରିବ ବୋଲି ଗତ ବର୍ଷ ଡିସେମ୍ବରରେ ଘୋଷଣା କରିଥିଲେ ସଡ଼କ ପରିବହନ ମନ୍ତ୍ରୀ। ଏହି ସଂକ୍ରାନ୍ତରେ ନୀତିନ ଗଡକରୀ କହିଛନ୍ତି ଯେ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଟୋଲ ଟ୍ୟାକ୍ସ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ।
ନିତୀନ କହିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଅନୁଯାୟୀ NHAI ଜିପିଏସ୍ ଟେକ୍ନୋଲୋଜି ଆଧାରିତ ଟୋଲ୍ କଲେକ୍ସନ୍ ସିଷ୍ଟମ୍ ଲଞ୍ଚ କରିବ। ଏହି ସିଷ୍ଟମ ଅନୁଯାୟୀ ଜାତୀୟ ରାଜପଥରେ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଟୋଲ ଚାର୍ଜ ଦେବାକୁ ଟୋଲ ପ୍ଲାଜାରେ ଅଟକି ରହିବାକୁ ପଡିବ ନାହିଁ ବରଂ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟୋଲ ଚାର୍ଜ କଟାଯିବ। ତେବେ ରାଜପଥରେ ଚାଲୁଥିବା ଗାଡିର GPS କୋର୍ଡିନେଟ୍ ସହିତ GPS ଆଧାରିତ ଟୋଲ୍ ସିଷ୍ଟମ ସଂଯୁକ୍ତ ହେବ ଏବଂ ଏହା ଦ୍ୱାରା ଗାଡି ଟୋଲ ଫି ସଂଗ୍ରହ ପଏଣ୍ଟରେ ପହଞ୍ଚିବା ମାତ୍ରେ ଏହା ସ୍ୱୟଂଚାଳିତ ଭାବରେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ।
ଏହି ଅତ୍ୟାଧୁନିକ ସିଷ୍ଟମ୍ କାର୍ଯ୍ୟ କରିବା ପାଇଁ, ସମସ୍ତ ଯାନରେ ନମ୍ବର ପ୍ଲେଟ୍ ରହିବା ଆବଶ୍ୟକ ଯାହାକି ଜିପିଏସ୍ ମାଧ୍ୟମରେ ଉପଗ୍ରହ (Satellite) ମାଧ୍ୟମରେ ନୀରିକ୍ଷଣ କରାଯାଇପାରିବ। ଏଥିପାଇଁ ରାଜପଥରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର୍ କ୍ୟାମେରା ଲଗାଯିବ ଏବଂ ଏହା ଦ୍ୱାରା GPS-ସକ୍ଷମ ନମ୍ବର ପ୍ଲେଟ୍ ପଢ଼ିପାରିବ।
ଅଧିକ ପଢନ୍ତୁ: ବାଲିକୁଦାରେ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ