ପ୍ରକାଶ ପାଇଲା JEE ମେନ୍ ସେସନ୍-୨ ରେଜଲ୍ଟ । ପରୀକ୍ଷାର୍ଥୀମାନେ ୱେବସାଇଟ ମାଧ୍ୟମରେ ଫଳାଫଳ ଜାଣିପାରିବେ । ଚଳିତ ବର୍ଷ ଜାନୁଆରୀ ଓ ଏପ୍ରିଲରେ ଦୁଇଟି ରାଉଣ୍ଡରେ JEE ମେନ୍ ପରୀକ୍ଷା ହୋଇଥିଲା । ପରୀକ୍ଷାର୍ଥୀମାନେ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ । ବର୍ତ୍ତମାନ ସେମାନଙ୍କର ଫଳାଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟ ଏଜେନ୍ସି (NTA) ଏହି ଫଳାଫଳ ପ୍ରକାଶ କରିଛନ୍ତି ।
ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (JEE ମେନ୍) ଏଣ୍ଟ୍ରାନ୍ସ କରାଯାଇଥାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଇଞ୍ଜିନିୟରିଂ କଲେଜରେ ଆଡମିଶନର ସୁଯୋଗ ପାଇଥାନ୍ତି । ପରୀକ୍ଷାର୍ଥୀମାନେ jeemain.nta.ac.in ଅଫିସିଆଲ ୱେବସାଇଟ୍ କୁ ଯାଇ ନିଜର ଫଳାଫଳ ଜାଣିପାରିବେ । ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ମଧ୍ୟ ପାଇପାରିବେ। ଏଥିପାଇଁ ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି ।