ଦ୍ୱିପାକ୍ଷୀକ ଆଲୋଚନା ନେଇ ଜାପାନ ଓ ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:International-PM-Modi-meeting-with-Japanese-PM-Yoshihide-Suga-and-Australian-PM-Morrison

ୱାଶିଂଟନ୍‌, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିବସୀୟ ଆମେରିକା ଗସ୍ତରେ ଅଛନ୍ତି । ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ସେ ନିଜର ଜାପାନ ସମକକ୍ଷ ୟୋଶୀହିଦେ ସୁଗାଙ୍କୁ ଭେଟିଛନ୍ତି । ଜାପାନୀ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦୀଙ୍କ ଇଣ୍ଡୋ-ପେସିଫିକ, ଆଂଚଳିକ ବିକାଶ, ବ୍ୟବସାୟ, ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ପି ଟୁ ପି ପ୍ରସଙ୍ଗରେ କଥା ହୋଇଛନ୍ତି । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଷ୍ଟ୍ରେଲିଆ ସମକକ୍ଷ ଷ୍ଟକ୍ସ ମରିସନଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ମୋବାଇଲ ଫୋନରେ କଥା ହେବାର ଏକ ସପ୍ତାହ ପରେ ସାକ୍ଷାତ ହୋଇଛି । ପର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଅଂଶବିଶେଷରେ ବିକାଶ ନେଇ ସମୀକ୍ଷା ହୋଇଥିଲା । ଏବେ  ଉଭୟ ଦେଶର ପ୍ରଧାନମନ୍ତ୍ରୀ ମାନେ ସୁରକ୍ଷା ସମେତ ଅନ୍ୟପ୍ରସଙ୍ଗରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହିତ ଭେଟ ପୂରା ହୋଇଛି । ମୋଦୀ ଏହି ସାକ୍ଷାତ ସମୟରେ କମଲା ହ୍ୟାରିସଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି । ଅନ୍ୟପଟରେ କମଲା ହ୍ୟାରିସ ମଧ୍ୟ ଭାରତର ଗୁଣଗାନ କରିଛି । ସେ କୋଭିଡ-୧୯ ଟିକାର ରପ୍ତାନୀ ପୁଣି ଥରେ ଆରମ୍ଭ କରିବା ଭାରତର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କମଲା ହ୍ୟାରିସଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି । 

 

 

  • Tags:

Subscribe

National International State Sports Entertainment