ଚାଷୀ ଆନ୍ଦୋଳନ: ଜାନୁଆରୀ ୨୬ରେ ବାହାରିବ ଟ୍ରାକ୍ଟର ରାଲି! ଚାଷୀ କହିଲେ- ଦିଲ୍ଲୀ ପୋଲିସ ଦେଲା ଅନୁମତି
Khabar Odisha:International-Farmers-to-take-out-tractor-parade-on-January-26-delhi-police-gave-permission

ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ଚାଷୀନେତାମାନେ ଶୁକ୍ରବାର ଦାବି କରିଛନ୍ତି ଯେ, ଦିଲ୍ଲୀ ପୋଲିସ ପ୍ରଦର୍ଶନକାରୀ ଚାଷୀ ସଂଗଠନକୁ ଜାନୁଆରୀ ୨୬ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ ପାଇଁ ଅନୁମତି ଦେଇଛି। ଚାଷୀ ନେତା ଅଭିମନ୍ୟୁ କୋହାଡ଼ ସଂଗଠନ ଏବଂ ପୋଲିସ ମଧ୍ୟରେ ହୋଇଥିବା ବୈଠକରେ ଉପସ୍ଥିତ ରହିବା ପରେ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଟ୍ରାକ୍ଟର ରାଲି ଦିଲ୍ଲୀର ଗାଜିପୁର, ସିଂଘୁ ଓ ଟିକରୀ ସୀମାରୁ ଆରମ୍ଭ ହେବ।

ମାତ୍ର ଦିଲ୍ଲୀ ପୋଲିସ ଅନୁସାରେ ଚାଷୀଙ୍କୁ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବାହାର କରିବା ମଂଜୁରୀ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ଚାଲିଛି। ଏଯାଏଁ ମଂଜୁରୀ ଦିଆଯାଇ ନାହିଁ। ଅନ୍ୟ ଜଣେ ଚାଷୀ ନେତା ଗୁରନାମ ସିଂହ ଚଢ଼ନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଏହି ପରେଡରେ ହଜାର ହଜାର ଚାଷୀ ଅଂଶଗ୍ରହଣ କରିବେ। ଏହାର କୌଣସି ମାର୍ଗ ରହିବନି। ଚାଷୀ ନେତା ଦର୍ଶନ ପାଲ କହିଛନ୍ତି ଯେ, ଦିଲ୍ଲୀର ସୀମାରେ ଲଗାଯାଇଥିବା ଅବରୋଧକୁ ଜାନୁଆରୀ ୨୬ରେ ହଟାଇ ଦିଆଯିବ ଏବଂ ଚାଷୀ ଜାତୀୟ ରାଜଧାନୀରେ ପ୍ରବେଶ କରିବେ।
ସୂଚନାଯୋଗ୍ୟ, ୩ କୃଷି ଆଇନ ବିରୋଧରେ ଗତ ବର୍ଷ ନଭେମ୍ବର ୨୬ ତାରିଖ ଠାରୁ ୪୦ରୁ ଅଧିକ ଚାଷୀ ସଂଗଠନର ଆନ୍ଦୋଳନ ଦୀଲ୍ଲୀ ସୀମାରେ ଜାରି ରହିଛି। ୧୧ଟି ପର୍ଯ୍ୟାୟରେ ସରକାର ସ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଛି। କିନ୍ତୁ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ।  

  • Tags:

Subscribe

National International State Sports Entertainment