ମଧ୍ୟ ପ୍ରଦେଶର ଏହି ସହର ଥରେ କି ଦୁଇ ଥର କିମ୍ବା ତିନି ଥର ନହେଁ ଲଗାତାର ଅଷ୍ଟମ ଥର ଏହି ପୁରସ୍କାର ନିଜ ନାଁରେ କରିଛି । ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ଦ୍ୱିତୀୟ ଏବଂ ତୃତୀୟରେ କେଉଁ ସହର ରହିଛି ? ଜାଣନ୍ତୁ ଜାଣିବା ସ୍ୱଚ୍ଛତାର ଏହି ପୁରସ୍କାର ଜିତିଥିବା ଅନ୍ୟ ସହର ବିଷୟରେ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିବର୍ଷ ସ୍ୱଚ୍ଛତାର ସର୍ଭେ କରାଯାଏ । ଏହାକୁ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷେଣ କୁହାଯାଏ । ଏହି ସର୍ବେକ୍ଷେଣରେ ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ସହର ରହିଛି । ମହାରାଷ୍ଟ୍ରର ନଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ସ୍ୱଚ୍ଛତା ସର୍ବେକ୍ଷେଣ ୨୦୨୪-୨୫ର ପୁରସ୍କାର ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସ୍ୱଚ୍ଛତା ସର୍ବେକ୍ଷେଣ ପୁରସ୍କାର ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ମଧ୍ୟ ପ୍ରଦେଶ ତରଫରୁ ଏହି ପୁରସ୍କାର ନଗର ବିକାଶ ଓ ଆବାସ ମନ୍ତ୍ରୀ ତଥା ବିଜେପି ନେତା କୈଳାଶ ବିଜୟବର୍ଗୀୟ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ନିଜ ଭାଷଣରେ ପୁରସ୍କାର ଜିତିଥିବା ସହରକୁ ଆର୍ଦ୍ଧିକ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଆପଣ ସମସ୍ତେ ସ୍ୱଚ୍ଛତାରେ ବିଶେଷ ଯୋଗଦାନ ଦେଇଛନ୍ତି, ଏଥିପାଇଁ ଆପଣ ପ୍ରଶଂସାର ପାତ୍ର ।