ନୂଆଦିଲ୍ଲୀ: ଚଳିତବର୍ଷ ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ । ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଭୋ ସୁବିଆଣ୍ଟୋ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଇଣ୍ଡୋନେସିଆର ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଜାନୁୟାରୀ ୨୫ରେ ସେ ଦିଲ୍ଲୀରେ ପହଁଞ୍ଚିବେ ଏବଂ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ଭାବେ ସାମିଲ ହେବେ ।
ତେବେ ପ୍ରଭୋ ସୁବିଆଣ୍ଟୋଙ୍କ ଭାରତ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଗସ୍ତ ସମୟରେ ଭାରତ-ଇଣ୍ଡୋନେସିଆ ଏହି ଦୁଇ ଦେଶରେ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ରହିଛି । ଏଥିସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।
୨୦୨୪ ଅକ୍ଟୋବରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ପ୍ରଭୋ ସୁବିଆଣ୍ଟୋ । ତେବେ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କ ପ୍ରଥମ ଭାରତ ଗସ୍ତ ।