ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଭାରତ ସରକାରଙ୍କ ନିରବତାକୁ ନାପସନ୍ଦ କରିଛନ୍ତି । ସରକାରଙ୍କ ଏହି ନିରବତାକୁ ସୋନିଆ କେବଳ କୂଟନୈତିକ ତ୍ରୁଟି ନୁହେଁ ବରଂ ଭାରତର ନୈତିକ ଓ ରଣନୈତିକ ପରମ୍ପରରାର ବୀପରିତ ବୋଲି ଦର୍ଶାଇଛନ୍ତି । ଶୁକ୍ରବାର ଦ ହିନ୍ଦୁରେ ପ୍ରକାଶିତ ଲେଖାରେ ସୋନିଆ ଲେଖିଛନ୍ତି ଯେ, ଜୁନ ୧୩ରେ ଇସ୍ରାଏଲ ଦ୍ୱାରା ଇରାନର ସାମରିକ ପ୍ରତିଷ୍ଠାନ ଉପରେ ହମଲା ଅବୈଧ୍ୟ ଓ ସାର୍ବଭୌମତ୍ୱର ଉଲ୍ଲଂଘନ ।
ସୋନିଆ ଗାନ୍ଧୀ କହିଛନ୍ତି, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏହି ବୋମାମାଡ ଓ ଟାର୍ଗେଟ୍ କିଲିଂର ନିନ୍ଦା କରୁଛି, ଯାହା ଇରାନ ମାଟି ଉପରେ କରାଯାଇଛି । ଏହି କାର୍ଯ୍ୟ କେବଳ ନାଗରିକଙ୍କ ଜୀବନକୁ ବିପଦରେ ପକାଉ ନାହିଁ ବରଂ କ୍ଷେତ୍ରୀୟ ତଥା ବୈଶ୍ୱିକ ଅସ୍ଥିରତାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ସେ ଇସ୍ରାଏଲ ଦ୍ୱାରା ଗାଜାରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ କ୍ରୁର ଓ ଅସନ୍ତୁଳିତ ଦର୍ଶାଇଛନ୍ତି ।
ସୋନିଆ ଗାନ୍ଧୀ ଭାରତ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଭାରତର ନିରବତା କୂଟନୈତିକ ନୁହେଁ ବରଂ ଏକ ନୈତିକ ବିଫଳତା । ସେ ମନେ ପକାଇଛନ୍ତି ଯେ, ଭାରତର ଐତିହାସିକ ଭାବେ ଇରାନ ଓ ଇସ୍ରାଏଲ ସହ ଗଭୀର ସମ୍ବନ୍ଧ ରହିଛି । ଇରାନ ୧୯୯୪ରେ ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ଭାରତର ସମର୍ଥନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହାର ବିପରୀତ ବର୍ତ୍ତମାନ ମୋଦୀ ସରକାର ଦୁଇ ରାଷ୍ଟ୍ର ସମାଧାନ ନୀତିରୁ ଓହରି ଏକତରଫା ଆଭିମୁଖ୍ୟ ଆପଣେଇଛନ୍ତି ।
ସୋନିଆ ଗାନ୍ଧୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା କରି କହିଛନ୍ତି, ଟ୍ରମ୍ପ ନିଜର ଗୁଇନ୍ଦା ଏଜେନ୍ସିଙ୍କ ମତାମତକୁ ଅଣଦେଖା କକରି ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣଉଛନ୍ତି । ଟ୍ରମ୍ପ ନିଜେଁ ଏଣ୍ଡଲେସ ୱାର ବିରୋଧରେ ଥିଲେ, ମାତ୍ର ସେ ଏବେ ୨୦୦୩ ଇରାକ ପରି ଭୁଲ ଦୋହରାଉଛନ୍ତି । ସୋନିଆ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, ନେତନ୍ୟାହୁ କେବଳ ଆଞ୍ଚଳିକ ସଂଘର୍ଷକୁ ପ୍ରୋତ୍ସାହନ କରୁ ନାହାନ୍ତି ବରଂ ଅତୀତରେ ଶାନ୍ତି ପ୍ରୟାସକୁ ମଧ୍ୟ ବାଧା ଦେଇଛନ୍ତି । ୧୯୯୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରବିନଙ୍କ ହତ୍ୟାର ଉଦାହରଣ ଦେଇଛନ୍ତି ।