ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେବି ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି । ରୁଷ ସୈନିକମାନେ ମଣିଷ ମାଂସ ଖାଆନ୍ତି ବୋଲି ୟୁକ୍ରେନ କହିଛି ।
ଡେଲି ମେଲ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୧୨ରେ ଡେନିସ୍ ଗୋରେନ୍ ନାମକ ଜଣେ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିଲା ଏବଂ ତାଙ୍କ ମାଂସ ଖାଇଥିଲା । ଉକ୍ତ ବ୍ୟକ୍ତି ପୋଲିସ ଗିରଫ କରିବା ପରେ ୨୨ ବର୍ଷ କାରାଦଣ୍ଡ ହୋଇଛି । ସେହିପରି ନିକୋଲେ ଔକୋଲୋବିୟାକ ନାମକ ଜଣେ ବ୍ୟକ୍ତି ଦୁଇ ଜଣ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କର ଶରୀରର ବିଭିନ୍ନ ଅଙ୍ଗକୁ ରାନ୍ଧି ଖାଇଥିଲା । ସେମାନଙ୍କୁ ଏବେ ଜେଲରୁ ମୁକ୍ତ କରି ସେନାରେ ଭର୍ତ୍ତି କରିଛି ରୁଷ । ସେହିପରି ଦମିତ୍ରୀ ମଲୀଶୀବ୍ ନାମକ ଜଣେ ଅଭିଯୁକ୍ତ ଜଣେ ବ୍ୟକ୍ତିକୁ ହତ୍ୟା କରିବା ପରେ ତାର ହାର୍ଟକୁ ଫ୍ରାଏ କରିକି ଖାଇଥିଲା । ରୁଷ ତାକୁ ମଧ୍ୟ ଜେଲରୁ ମୁକ୍ତ କରି ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ପଠାଇଥିବା ରିପୋର୍ଟରେ ଦାବି କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩ ବର୍ଷ ଅଧିକ ସମୟ ହେବ ଲଢ଼େଇ ଜାରି ରହିଛି । ତମାମ ଦେଶର ଚେଷ୍ଟା ସତ୍ତ୍ୱେ ଏଥିରେ ବିରାମ ଲାଗି ପାରୁ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ୪୦୦ ସୈନିକଙ୍କ ରୁଷ ହତ୍ୟା କରିଥିବା ଦାବି କରିଛି । ଏପରିକି ଦୁଇ ଦେଶର ମଧ୍ୟରେ ଥିବା କିଛି ସୀମାକୁ କବଜା ମଧ୍ୟ କରିଛି ।