ନୂଆଦିଲ୍ଲୀ: ଇରାନ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇ ପ୍ରାୟ ଏକ ହଜାର ଭାରତୀୟ ନାଗରିକଙ୍କୁ ମଶାଦ ସହରରୁ ବାହାର କରିବା ପାଇଁ ଏହାର ଆକାଶ ମାର୍ଗ ଖୋଲି ଦେଇଛି। ଏହି ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି। ଇରାନୀ ଦୂତାବାସର ଉପମୁଖ୍ୟ ମହମ୍ମଦ ଜାଭେଦ ହୁସେନି କହିଛନ୍ତି, ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ଭାରତୀୟମାନଙ୍କୁ ଇରାନରୁ ଫେରାଇ ଆଣିବା ପାଇଁ ଅଧିକ ବିମାନ ଚଳାଚଳ କରାଯାଇପାରିବ।
ଇସ୍ରାଏଲୀ ଆକ୍ରମଣ ପରେ ଭାରତୀୟ ନାଗରିକମାନଙ୍କୁ ତେହେରାନରୁ ମଶାଦ ନିଆଯାଇଥିଲା। ଇରାନୀ ବିମାନ କମ୍ପାନୀ ମହାନ ଦ୍ୱାରା ପରିଚାଳିତ ନିରାପତ୍ତା ବିମାନ ନୂଆଦିଲ୍ଲୀ ବ୍ୟବସ୍ଥା କରୁଛି। ଇରାନ-ଇସ୍ରାଏଲ ବିବାଦରୁ ସୃଷ୍ଟି ହୋଇଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ବୁଧବାର ଏହି ଉଭୟ ଦେଶରୁ ଏହାର ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ସିଦ୍ଧୁ ଆରମ୍ଭ କରିଛି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ହୁସେନି କହିଛନ୍ତି ଯେ ଆମେ ଭାରତୀୟମାନଙ୍କୁ ନିଜର ବୋଲି ମାନିଥାଉ। ସେମାନେ ଇରାନୀମାନଙ୍କ ପରି। ଇରାନର ଆକାଶ ମାର୍ଗ ବନ୍ଦ ଅଛି, କିନ୍ତୁ ଏହି ସମସ୍ୟା ଯୋଗୁଁ ଆମେ ଭାରତୀୟ ନାଗରିକଙ୍କ ସୁରକ୍ଷିତ ଗତିବିଧି ପାଇଁ ଏହାକୁ ଖୋଲିବା ପାଇଁ ବ୍ୟବସ୍ଥା କରୁଛୁ।
ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ ଇରାନ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ତେହେରାନରେ ଥିବା ଭାରତୀୟ ଦୂତାବାସ ସହିତ ଘନିଷ୍ଠ ଯୋଗାଯୋଗରେ ଅଛି। ଆମେ ବିମାନ କିମ୍ବା ସଡ଼କ ପଥରେ ଇରାନ ଛାଡିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ସୁରକ୍ଷିତ ସ୍ଥାନାନ୍ତର ବ୍ୟବସ୍ଥା କରୁଛୁ। ଗୁରୁବାର, ମୋଟ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ଭାରତ ଫେରାଇ ଅଣାଯାଇଥିଲା ଯେଉଁମାନଙ୍କୁ ସୀମା ଦେଇ ଇରାନରୁ ଆର୍ମେନିଆ ନିଆଯାଇଥିଲା। ହୁସେନି କହିଛନ୍ତି ଯେ ପ୍ରାୟ ୧୦ ହଜାର ଭାରତୀୟ ଇରାନରେ ରହୁଛନ୍ତି ଏବଂ ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି।
ସେହିପିର ଆଜି ଇରନରୁ ଏକ ଚାଟାର୍ଡ ବିମାନ ଇରାନରୁ ନୂଆଦିଲ୍ଲୀରେ ଆସି ପହଞ୍ଚିଛି, ଯେଉଁଥିରେ ଭାରତୀୟ ଛାତ୍ରମାନେ ଅଛନ୍ତି। ସେହିପରି ଆଉ ଏକ ବିମାନ ପୂର୍ବାହ୍ଣ ୧୦ଟାରେ ଆସିବାର ଅଛି। ସେଥିରେ ମଧ୍ୟ ଭାରତୀୟ ଛାତ୍ରମାନେ ଆସିବେ।
ଅଧିକ ପଢ଼ନ୍ତୁ: ପ୍ରଥମ ଟେଷ୍ଟରେ ଭାରତର 'ଶୁଭ' ଆରମ୍ଭ