ଦେଶରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ହ୍ରାସ, 24 ଘଣ୍ଟାରେ 15 ହଜାର 144 ଜଣ ପଜିଟିଭ
Khabar Odisha:India-reports-15-144-new-covid19-cases-and-181-deaths-health-ministry
ନୂଆଦିଲ୍ଲୀ, ଜାନୁଆରୀ 17 (ଖବର ଓଡିଶା) :

ଦେଶରେ କରୋନା ସଂକ୍ରମଣ ପ୍ରକୋପ କମୁଛି । ଦେଶରେ ଦୈନିକ ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ହ୍ରାସ ଘଟୁଛି  ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାରେ  15 ହଜାର 144 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।  ଏହି 24 ଘଣ୍ଟା ସମୟ ମଧ୍ୟରେ 181 ଜଣଙ୍କର ମୃତ୍ୟୁ ଘଟିଛି  । ଦେଶରେ ସଂକ୍ରମିତ କରୋନା ସଂଖ୍ୟା 1 କୋଟି 05 ଲକ୍ଷ ଅତିକ୍ରମ ହୋଇଛି  ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 15 ହଜାର 144 ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି   ଏଯାଏଁ ଦେଶରେ ମୋଟ ଆକ୍ରାନ୍ତ ଚିହ୍ନଟ ସଂଖ୍ୟା 1,05,57,985 ଛୁଇଁଛି  । ଦେଶରେ ଗତ 24 ଘଣ୍ଟା ମଧ୍ୟରେ, 17,170 ରୋଗୀ କରୋନାକୁ ପରାସ୍ତ କରି ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି  ଏହିପରି, କରୋନା ସଂକ୍ରମଣମୁକ୍ତ ସୁସ୍ଥଙ୍କ ସଂଖ୍ୟା ଦେଶରେ 1,01, 96,885 କୁ ବୃଦ୍ଧି ପାଇଛି   ସକ୍ରିୟ ରୋଗୀଙ୍କ ସଂଖ୍ୟା 2, 08, 826 ଛୁଇଁଛି   24 ଘଣ୍ଟା ସମୟ ମଧ୍ୟରେ 181 ଜଣଙ୍କର ମୃତ୍ୟୁ ଘଟିଛି  ଏହି କରୋନା ଯୋଗୁଁ ମୋଟ  1,52,274  ଲୋକ ପ୍ରାଣ ହରାଇଛନ୍ତି 

  • Tags:

Subscribe

National International State Sports Entertainment