ଆଫଗାନିସ୍ଥାନକୁ ସାହାଯ୍ୟ ପାଇଁ ଆଗକୁ ଆସିଲା ଭାରତ, କାବୁଲର ଡାକ୍ତରଖାନାକୁ ଦାନ କଲା ୫ ଲକ୍ଷ କୋଭାକ୍ସିନ ଟିକା ନୁଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): Share story: ତାଲିବାନ ଅଧୀନକୁ ଆଫଗାନିସ୍ଥାନ ଅସିବା ପରଠୁ ଦେଶରେ ଦାରିଦ୍ର୍ୟ, ଭୋକ ଏବଂ ବେରୋଜଗାରର ଶିକାର ହେଉଥିବା ଆଫଗାନିସ୍ତାନ ବାସିଙ୍କୁ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ଯାପନ କରିବାକୁ ପଡୁଛି। ଏଭଳି ପରିସ୍ଥିତିରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ଭାରିଆଣ୍ଟକୁ ଏଡ଼ାଇବା ଦେଶର ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ତେବେ ପାକିସ୍ତାନ-ଚୀନ୍ ତୁଳନାରେ ଭାରତ ଆଫଗାନିସ୍ତାନ ଲୋକଙ୍କୁ ଏହି କଷ୍ଟଦାୟକ ପରିସ୍ଥିତିରେ ସାହାଯ୍ୟ କରିବାକୁ ଆଗେଇ ଆସିଛି। କାବୁଲର ଇନ୍ଦିରା ଗାନ୍ଧୀ ଡାକ୍ତରଖାନାକୁ ଭାରତ ୫ ଲକ୍ଷ କରୋନାଭାଇରସ୍ ଟିକା- କୋଭାକ୍ସିନ ଡୋଜ ଦାନ କରିଥିବା ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। pic.twitter.com/agzcqitRqf — ANI (@ANI) January 1, 2022 ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନକୁ ପାଞ୍ଚ ଲକ୍ଷ ଡୋଜ କୋଭାକ୍ସିନ ପ୍ୟାକେଜ ପଠାଯିବ। ଏହା ବ୍ୟତୀତ ଆଫଗାନିସ୍ତାନର ଲୋକଙ୍କୁ ଅନାହାରରୁ ରକ୍ଷା କରିବା ପାଇଁ ଖାଦ୍ୟ ଶସ୍ୟ ଏବଂ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଚଳିତ ମାସ ଆରମ୍ଭରେ ଭାରତ ଆଫଗାନିସ୍ତାନକୁ ୧.୬ ଟନ୍ ଚିକିତ୍ସା ସହାୟତା ପଠାଇଛି। ଏହି ସହାୟତା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ପଠାଯାଇଥିଲା । ପରବର୍ତ୍ତୀ ସହାୟତା ପରବର୍ତ୍ତୀ ସପ୍ତାହରେ ପଠାଯିବ । ଖବର ଓଡ଼ିଶା, Reporter, 01/01/2022