ଦିଲ୍ଲୀ ଏମ୍ସ ବନିବାକୁ ଯାଉଛି କରୋନାର ନୂତନ ହଟସ୍ପଟ, ଦୁଇ ଦିନ ମଧ୍ୟରେ 50 ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ
Khabar Odisha:In-the-last-two-days-50-health-workers-at-the-Delhi-AIIMS-have-been-infected-with-corona-disease
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

ଦିଲ୍ଲୀରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ବିସ୍ତାର ଏକ ଚିନ୍ତାର ବିଷୟ ପାଲଟିଛି। ସାଧାରଣ ଜନତାଙ୍କ ସହ କରୋନା ୱାରିୟର୍ସ ମାନେ ମଧ୍ୟ ଖୁବ ଶୀଘ୍ର ଏହି ସଂକ୍ରମଣର ଶିକାର ହେଉଛନ୍ତି | ଏଥି ସହିତ, ଦେଶର ସର୍ବ ବୃହତ ସରକାରୀ ଡାକ୍ତରଖାନା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ AIIMS ଦିଲ୍ଲୀ ମଧ୍ୟ ଖୁବଶୀଘ୍ର କରୋନାର ହଟସ୍ପଟ୍ ହେବାକୁ ଯାଉଛି |ବର୍ତ୍ତମାନ ଦିଲ୍ଲୀସ୍ଥିତ AIIMS ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କରୋନା ଏକ ଗୁରୁତର ସଙ୍କଟ ଭାବେ ଭଭା ହୋଇସାରିଲାଣି |

ବର୍ତ୍ତମାନ ସୁଦ୍ଧା ଏମ୍ସରେ କାର୍ଯ୍ୟ କରୁଥିବା ସଂକ୍ରମିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ 200 ରେ ପହଞ୍ଚି ସାରିଲାଣି । ସର୍ବଶେଷ ସୂଚନା ଅନୁଯାୟୀ, ଗତ ଫେବୃଆରୀ 1 ରୁ ବର୍ତ୍ତମାନ ସୁଦ୍ଧା 195 ଜଣ AIIMS ର କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି ।  ସୂତ୍ରରୁ ମିଳିଥିବା ଖବର ଅନୁସାରେ ସଂକ୍ରମିତ 50 ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ MBBS ଛାତ୍ରମାନେ ମଧ୍ୟ ରହିଥିବା ଜଣାପଡିଛି ।

ଏହା ବ୍ୟତୀତ ଗତ ଦୁଇ ଦିନ ମଧ୍ୟରେ 8 ଜଣ ନର୍ସ, 5 ଜଣ ମେସ୍ କର୍ମଚାରୀ ଏବଂ 3 ଜଣ ରେସିଡେଣ୍ଟ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଲ୍ୟାବ କର୍ମଚାରୀ, ଟେକ୍ନିସିଆନ, ସୁରକ୍ଷାକର୍ମୀ ଏବଂ ପରିମଳ କର୍ମଚାରୀ ମଧ୍ୟ ଅଛନ୍ତି । AIIMS ପ୍ରଶାସନ ସମସ୍ତଙ୍କ ସହିତ ଯୋଗାଯୋଗ କରୁଥିବା ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି |

ଦୁଇ ଦିନରେ 50 ରୁ ଅଧିକ AIIMS କର୍ମଚାରୀ ସଂକ୍ରମିତ ହୋଇଛନ୍ତି -

ଗୁରୁବାର ସକାଳେ 28 ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତଙ୍କର ରିପୋର୍ଟ ପଜେଟିଭ ଥିବା ଜଣାପଡିଛି । ଏଥି ସହିତ ପୂର୍ବରୁ ବୁଧବାର ଦିନ ମଧ୍ୟ 23 କର୍ମଚାରୀ ପଜେଟିଭ ଚିହ୍ନଟ ହୋଇଥିଲେ । ଯହାଦ୍ୱାରା ଗତ ଦୁଇ ଦିନ ମଧ୍ୟରେ 50 ରୁ ଅଧିକ AIIMS ସ୍ୱାସ୍ଥ୍ୟ କର୍ମୀ କରୋନାର ଶିକାର ହୋଇଛନ୍ତି।

ତେବେ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି । ଗୁରୁବାର ଦିନ ନୂତନ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହେବାରେ ଦିଲ୍ଲାରେ ରେକର୍ଡ କରିଥିଲା । ଗୋଟିଏ ଦିନରେ 1024 ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲା | ଏହା ସହିତ, 24 ଘଣ୍ଟା ମଧ୍ୟରେ 13 ଜଣଙ୍କ ମୃତ୍ୟୁ ପରେ, ଏଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ 316 ରେ ପହଞ୍ଚିଛି | ଅବଶ୍ୟ, ଏକ ଆଶ୍ୱାସନାର ବିଷୟ ଯେ ଏଠାରେ ବର୍ତ୍ତମାନ ସୁଦ୍ଧା 7495 ଲୋକ କରୋନାକୁ ହରାଇ ନିଜ ନିଜ ଘରକୁ ଫେରିଛନ୍ତି ।

  • Tags:

Subscribe

National International State Sports Entertainment